Chora Q

ଚୋରି କରିବାକୁ ଆସି କୂଅରେ ପଡିଗଲା ଚୋର, ରାତି ସାରା ଛଟପଟ

State

କେନ୍ଦୁଝର: ଚୋରି କରିବାକୁ ଆସି ଚୋର ହଟହଟା ।  ଛେଳି କଣ ଚୋରି କରିବ ନିଜେ କୂଅରେ ପଡିଗଲା ଚୋର । ରାତି ସାରା କୂଅ ଭିତରେ ପଡି ଛଟପଟ ହେଲା । ସକାଳୁ ଗାଁ ଲୋକେ କୂଅ ଭିତରେ ଚୋର ପଡିଥିବା ଦେଖିଥିଲେ ।  କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲେ ।  ପୋଲିସ ଚୋରକୁ କୂଅରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି ।  ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ହାଟବାଦଡା ଦେଓଗାଁର ଅରୁଣ ମହାନ୍ତ ।  ଛେଳି ଚୋରି କରିକାକୁ ଆସିଥିବା ଚୋର ନିଜେ ସ୍ବୀକାର କରିଥିବା ପେlଲିସ ସୂଚନା ଦେଇଛି ।