Jagar 2

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ: ଲୋକନାଥ, ଲିଙ୍ଗରାଜ ଓ ଆରଡ଼ିରେ ବ୍ୟାପକ ପ୍ରସ୍ତୁତି

State

ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ । ରାତି ପାହିଲେ ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେବ ପରିବେଶ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ ଉଠିବ । ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ । ଶ୍ରଦ୍ଧାଳୁମାନେ ମନ୍ଦିରକୁ କେଉଁ ବାଟେ ଆସିବେ । ସେବାୟତଙ୍କ ପରିବାର କେଉଁ ବାଟେ ମନ୍ଦିର ଭିତରକୁ ପ୍ରବେଶ କରିବେ । ପାସଧାରୀ ଭିଆଇପି ଆସିବେ। ସେଥିପାଇଁ କ୍ରିୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିପରି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ମହା ଶିବରାତ୍ରିକୁ ଯାକଜାମକରେ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ଓ ସେବାୟତ ମାନେ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଶିବରାତ୍ରି ପାଇଁ ମନ୍ଦିର ରଙ୍ଗ କାର୍ଯ୍ୟ ସରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି । ପୀଠରେ ଆଲୋକୀକରଣ, ପରିମଳ, ପିଇବା ପାଣି, ଡ୍ରେନେଜ ବ୍ୟବସ୍ଥା ଉପରେ କାମ ଜାରି ରହିଛି ।

ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ ଟା ୩୦ ରୁ ହେବ ଦ୍ଵାର ଖୋଲା ।  ଭୋର୍ ୪ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ହେବ ସର୍ବ ସାଧାରଣ ଦର୍ଶନ । ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ସହ ଉଠିବ ମହାଦୀପ ।  ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।