Mandi

ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର

State

ଭୁବନେଶ୍ବର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ । ଧାନ କିଣା ପାଇଁ ମାର୍ଚ୍ଚ ୩୧କୁ ହିଁ ଡେଡଲାଇନ ଧାର୍ଯ୍ୟ କରିଛନ୍ତି ସରକାର । ଏହା ପରେ ଆଉ ମଣ୍ଡିରୁ ଧାନ ନେବେ ନାହିଁ ସରକାର । ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ୍ୟ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇସାରିଛି । ଟାର୍ଗେଟରେ ୯୦ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଲାଣି ବୋଲି ମନ୍ତ୍ରୀ କହିଛନ୍ତି ।