ନିମାପଡା: ନିମାପଡ଼ାରୁ ନକଲି ମାଟ୍ରିକ ପରୀକ୍ଷାର୍ଥୀ ଗିରଫ । ନହନ୍ତରା ହାଇସ୍କୁଲରେ ପରୀକ୍ଷା ଦେବାବେଳେ ଧରାପଡ଼ିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀ ଜଣଙ୍କ ହେଉଛନ୍ତି ସାକ୍ଷୀଗୋପାଳ ଡାଙ୍ଗୁରାର ରାଜା ଭୋଇ । ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନକରିବାରୁ ଧରାପଡ଼ିଗଲେ ନକଲି ଛାତ୍ର ।
ସୂଚନା ଅନୁସାରେ, ପରୀକ୍ଷାର୍ଥୀ ଜଣକ ସାକ୍ଷୀଗୋପାଳ ଥାନା ଡ଼ାଙ୍କୁରା ଅଞ୍ଚଳର ରାଜା ଭୋଇ ହୋଇଥିବା ବେଳେ ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ଅନ୍ୟଜଣେ ଛାତ୍ରଙ୍କ ପାଇଁ ପରୀକ୍ଷା ଦେଉଥିବା ସମୟରେ ନକଲି ପରୀକ୍ଷାର୍ଥୀକୁ ଧରିଥିଲେ ସୁପରିଟେଣ୍ଡର । ନିମାପଡା ବ୍ଲକ୍ ସଲଙ୍ଗ ପଂଚାୟତରେ ଥିବା ମଧୁବନ ଶିକ୍ଷାଶ୍ରମ ହାଇସ୍କୁଲ ଶେଖ୍ ମୁସିଲିମ୍ ଉଦିନଙ୍କ ନାଁରେ ରାଜା ପରୀକ୍ଷା ଦେଉଥିଲେ । ତେବେ ପରୀକ୍ଷା ସମୟରେ ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନକରିବାରୁ ସନ୍ଦେହ ହୋଇଥିଲା । ଏହାପରେ ତାଙ୍କୁ ଥାନାରେ ଜିମା ଦିଆଯାଇଥିବା ବେଳେ ପୋଲିସ୍ ରାଜାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଥିବା ଜଣାପଡ଼ୁଛି ।