Img 20250224 Wa0195

ବିହାରର ଭାଗଲପୁର ଠାରେ ଅନୁଷ୍ଠିତ ହେଲା କିସାନ ସମ୍ମାନ ସମାରୋହ

State
  • ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଆଭାସୀ ମାଧ୍ୟମ ରେ ହେଲା ଉଦଘାଟିତ।
  • ପି ଏମ କିସାନ ସମ୍ମାନ ନିଧି ର ୧୯ତମ କିସ୍ତି ବ୍ୟାଙ୍କ ଖାତା ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ହସ୍ତାନ୍ତର
  • ଦେଶର ୯କୋଟି ୭୦ ଲକ୍ଷ ଚାଷୀଙ୍କ ସହିତ ଜିଲ୍ଲାର ୨,୪୪, ୯୭୪ଜଣ ହେଲେ ଉପକୃତ

ବାରିପଦା :  ପି ଏମ କିସାନ ସମ୍ମାନନିଧି ର ୬ବର୍ଷ ପୂର୍ତ୍ତି ଅବସରରେ ଆଜି ଅପରାହ୍ନରେ ବିହାରର ଭାଗଲପୁର ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପି ଏମ କିସାନ ସମ୍ମାନ ସମାରୋହ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ପି ଏମ କିସାନ ଯୋଜନାର ୧୯ତମ କିସ୍ତିକୁ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆଭାସୀ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କୃଷକ କଲ୍ୟାଣ ଯୋଜନା ଯାହାକି କୃଷକ ମାନଙ୍କ ଅର୍ଥନୈତିକ ଉନ୍ନତି ନିମିତ୍ତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଯେଉଁ ଯୋଜନା ରେ ଚାଷୀଙ୍କୁ ଗୋଟିଏ ବର୍ଷରେ ୩ଟି କିସ୍ତି ରେ ୨୦୦୦ ହଜାର ଟଙ୍କା ଲେଖାଏଁ ମୋଟ ୬୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ।

ଏହି ଅବସରରେ ଆଜି ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପରିସରସ୍ଥିତ ଆନେକ୍ସ ହଲ୍ଲ ଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏକ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀଚରଣରେ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ମୁଖ୍ୟ କୃଷି ଅଧିକାରୀ ଶ୍ରୀ ନାୟକ ସ୍ୱାଗତ ଭାଷଣ ଦେବା ସହ ଏହି ଯୋଜନା ସମ୍ଭନ୍ଧ ରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ରାଜ୍ୟ ସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ସମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ ଓ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀ ଦୀପକ କୁମାର ମହାନ୍ତି ଯୋଗଦେଇଥିଲେ।

ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଅତିଥି ଉକ୍ତ ଯୋଜନା ସମ୍ବନ୍ଧରେ ନିଜ ନିଜ ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ।

ଦୀପକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ କୃଷି ନିର୍ଦ୍ଦେଶିକା ମଧୁସ୍ମିତା ଜେନା ଏବଂ କାର୍ଯ୍ୟାଳୟର ରମ୍ୟ ରଞ୍ଜନ ମହାନ୍ତ, ଅର୍ଚ୍ଚନା ବଳ, ତୁଷାର କାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ସରୋଜ ଦାସ, କାନ୍ତା ପୃଥାଳ ଓ ପ୍ରିୟମ୍ବଦା ସେଠୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷି ବିଭାଗର ବିଭାଗୀୟ ଅଧିକାରୀ ଙ୍କ ସମେତ ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଯୋଗ ଦେଇଥିଲେ।