Photo For The News Of Wood Mafia

ଚୋରା କାଠଗାଡ଼ି ଜବତ, ଜଣେ ଗିରଫ

State

ଆଗରପଡ଼ା :ଆଗରପଡ଼ା-କାଉପୁର ରାସ୍ତା କୁସୁନନଗର ଠାରେ କାଠଭର୍ତ୍ତି ଏକ ଚୋରା ମିନିଟ୍ରକ ଓ କାଠ ମାଫିଆଙ୍କ ବାଇକକୁ ବନବିଭାଗ ଜବତ୍ କରିବା ସହ କାଠମାଲିକଙ୍କୁ ଗିରଫ କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ;ଚୋରା କାଠଭର୍ତ୍ତି ଟ୍ରକ ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ରେଞ୍ଜର ପିତାମ୍ବର ନାୟକ, ଫରେଷ୍ଟର ବସନ୍ତ ମାଝୀ ପ୍ରମୁଖ କର୍ମଚାରୀ କୁସୁନନଗର ଠାରେ ଜଗି ରହିଥିଲେ । ଉକ୍ତ ଚୋରା କାଠଭର୍ତ୍ତି ଟ୍ରକକୁ ଅଟକାଇ ତନଖି କରିବା ସମୟରେ ଆବଶ୍ୟକୀୟ କାଗଜପତ୍ର ମାଲିକ ଦେଖାଇପାରି ନଥିଲେ ଓ ଏଥି ସହିତ ଏହି ଟ୍ରକଟିର ନମ୍ବର ଏକ ହୋଣ୍ଡା ସିଟି ବାଇକ୍ ନମ୍ବର ବୋଲି ବନ କର୍ମଚାରୀମାନେ ଜାଣିବାକୁ ପାଇଥିଲେ । ଚୋରା ଗାଡ଼ି ତନଖି ସମୟରେ କାଠ ମାଫିଆ ସେହି ନମ୍ବର ବିଶିଷ୍ଟ ହୋଣ୍ଡା ସିଟି ବାଇକ୍ ଚଢ଼ି ଘଟଣାସ୍ଥଳରେ ପହଁଁଚିଥିଲେ ପରେ ସମସ୍ତ ସତ ବନ ବିଭାଗ କର୍ମଚାରୀମାନେ ଜାଣି ପାରିଥିଲେ । ପ୍ରାୟ ୫୫ସିଫ୍ଟ ପୁଟିଆ କାଠ ଚୋରାରେ ଭଦ୍ରକକୁ ଯାଉଥିଲା । ଚୋରା କାଠ ଭର୍ତ୍ତି ଟ୍ରକ,ମାଫିଆଙ୍କ ବାଇକ୍ ଜବତ୍ କରିବା ସହ କାଠ ମାଫିଆଙ୍କୁ ବନବିଭାଗ କର୍ମଚାରୀ ଗିରଫ୍ କରିଥିବାର ଜଣାପଡ଼ିଛି । ପ୍ରାୟ ପ୍ରତି ରାତିରେ ଆଗରପଡ଼ା ମୁଖ୍ୟ ରାସ୍ତା ସହ କେନାଲ ରାସ୍ତାଦେଇ ନିୟମିତ ଚୋରା କାଠଭର୍ତ୍ତି ଟ୍ରକମାନ ଯାଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯିବାକୁ ସାଧାରଣରେ ଦାବି ହେଉଛି ।