Pank

ସରିଲା ପଙ୍କୋଦ୍ଧାର, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

State

ପୁରୀ: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ଏହି ଅବସରରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର ଓ କଦଳୀରେ ବୁଡି ରହୁଥିବା ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ବର୍ଷକର ଏହି ଗୋଟିଏ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଲୋକନାଥଙ୍କ ସମ୍ପୁର୍ଣ୍ଣ ଶ୍ରୀଲିଙ୍ଗ ଦର୍ଶନ ପାଇଛନ୍ତି ।

ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ପଙ୍କୋଦ୍ଧାର ଏକାଦଶୀ ଠାରୁ ଅର୍ଥାତ୍ ତିନି ଦିନ ଧରି ପାଳିତ ହୁଏ ଜାଗର ନୀତି । ଆଜିଠାରୁ ସଂଧ୍ୟାରେ ଜଳିବ ଜଗତମଙ୍ଗଳ ଜାଗର ଦୀପ । ଚୁଡାନ୍ତ ନୀତି ଅନୁଯାୟୀ ସଅଳ ନୀତି କରାଯାଇଥିବା ବେଳେ, ଆଜିଠାରୁ ଲୋକନାଥ ପୀଠରେ ନାହିଁ ନଥିବା ଭିଡ । ଏହି ଭିଡ ନିୟନ୍ତ୍ରଣ ପାଇଁ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଆସନ୍ତା ୨୬ ତାରିଖ ବୁଧବାର ପାଳିତ ହେବ ଶିବରାତ୍ରୀ । ରାତି ୧ଟା ରୁ ୩ଟା ମଧ୍ୟରେ ହେବ ହରିହଟଭେଟ ଉଠିବ ମହାଦୀପ । ଏହି ଅବସରରେ ସୁରକ୍ଷା ଦୃଷ୍ଟିରୁ ୧୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ସେହିପରି ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧୨ଟା ୩୦ରୁ ହେବ ଦ୍ଵାର ଖୋଲା । ଭୋର୍ ୪ ଟା ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ । ତେବେ ରାତ୍ର ୨ଟା ରୁ ୩ଟା ମଧ୍ୟରେ ହେବ ହରିହର ଭେଟ ଓ ଉଠିବ ମହାଦୀପ । ଆମ୍ବୁଲାନ୍ସ, ପାର୍କିଂ, ଅଗ୍ନି ନିର୍ବାପକ୍, ପାନୀୟ ଜଳ ଯୋଗାଣ ସବୁ ଦିଗରୁ ପ୍ରଶାସନ ହୋଇଛି ପ୍ରସ୍ତୁତ ।