Tata Steel Worker

ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଦୁର୍ଘଟଣା, ଜଣେ ମୃତ

State

ଢେଙ୍କାନାଳ: ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନା ପରିସରରେ ଦୁର୍ଘଟଣା ।  ଜଣେ ଶ୍ରମିକ ମୃତ ।  ମୃତକ ହେଲେ ଝାଡଖଣ୍ଡ ଜାମତାରା ଜିଲ୍ଲା ନାରାୟଣପୁର ଜିଲ୍ଲାର ଅବଦୁଲ ରାଉପ୍ ।  ସେ TSMର ହଟ୍ ଷ୍ଟ୍ରିପ୍ ମିଲରେ କାର୍ଯ୍ୟରତ ଥିଲେ। ୪୨ ବର୍ଷିୟ ଅବଦୁଲ ସବସିଡାରୀ କମ୍ପାନୀ ଟାଟାଷ୍ଟିଲ ଟେକ୍ନିକାଲ ସର୍ଭିସେସ୍ ଲିମିଟେଡର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ।

ଆଜି ସକାଳ ସମୟରେ କାର୍ଯ୍ୟରତ ଥିବାବେଳେ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସର ଘଟଣାର ତଦନ୍ତ ଜାରି ରଖିଛି ।