Ai

ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା

State

ଭୁବନେଶ୍ବର: ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ।

ଏନେଇ ସେ କହିଛନ୍ତି, ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ବି ଏହି ଉଚ୍ଚମାନର ଏଆଇ କ୍ୟାମେରା ଧରିବ । ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ପୋଲିସ ଗୁରୁତ୍ବ ଦେଉଥିବା ବେଳେ ଖୁବଶୀଘ୍ର ଏଭଳି କିଛି ପଦକ୍ଷେପ ନେବାକୁ ଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ କରିବା ଉପରେ ଗୁରୁତ୍ବ ଦେଉଛି ପୋଲିସ ।

ତେବେ ଏବେ ରାଜଧାନୀ ଭୁବନେଶ୍ବର ତଥା ସିଲଭର ସିଟି କଟକରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚୋରି ଡକାୟତି ସାଙ୍ଗକୁ ଗଣ୍ଡଗୋଳ ମଧ୍ୟ ବୃଦ୍ଧି ପାଇଛି । ଦିନ ଦ୍ବିପହରରେ ଲୋକଙ୍କୁ ମୁଣ୍ଡ ଗଣ୍ଡିରୁ ଅଲଗା କରିଦିଆଯାଉଛି । ଯାହା ଏବେ ଟ୍ବିନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଛି । ତା ଉପରେ ପୁଣି ବେପୁରୁଆ ଗାଡିଚାଳନା । ବେପୁରୁଆ ହୋଇ କିଛି ଲୋକ ଟ୍ରାଫିକ ନିୟମ ନମାନି ଗାଡି ଚଳାଉଛନ୍ତି, ଫଳରେ ଶହ ଶହ ଦୁର୍ଘଟଣା ଘଟୁଛି । ଏବେ ଏ ସବୁ ଉପରେ ନଜର ରଖିବ ଏଆଇ । ଏଆଇ କ୍ୟାମେରା ଦ୍ବାରା ଏମାନଙ୍କୁ ସାବାଡ କରିବାରେ ଏବେ ସଫଳ ହେବେ ପୋଲିସ୍ ବିଭାଗ ।