ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଚେଇବୁଢି ଗ୍ରାମର ସୁଯୋଗ୍ୟ ସନ୍ତାନ ସ୍ଵର୍ଗତ ଇଂ ନିର୍ମଳ କାନ୍ତି ଙ୍କୁ ‘ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇନ୍’ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ରାଜନୈତିକ ନେତୃବୃନ୍ଦ,ସାରସ୍ଵତ ସାଧକ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ,ଜ୍ଞାତି ପରିଜନ, ଆତ୍ମୀୟ ସ୍ବଜନ,ଶୁଭେଛୁ, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଇଂ ନିର୍ମଳ କାନ୍ତି କବିଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ।ତଦସହ ସ୍ମୃତି ଚାରଣ ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ବ୍ୟକ୍ତିମାନେ ତାଙ୍କର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା,ପ୍ରାକ୍ତନ ଓକିଲ ସ ହର ଘର ସଭାପତି ପ୍ରଭାସ କବି, ଗୋରୁମହିଷାଣୀ +୨ କଲେଜ ଅଧ୍ୟାପକ ଡଃ ଦିଗମ୍ବର ଗିରି,ସାମାଜିକ ଅନୁଷ୍ଠାନ ପରିକ୍ରମା ଅଧ୍ୟକ୍ଷ ମନୋଜ ଦାସ, ବରିଷ୍ଠ ସାମ୍ବାଦିକ ଶରତ ଦାସଙ୍କ ସମେତ ଅନ୍ୟମାନେ ପ୍ରମୁଖ ଇଂ ନିର୍ମଳକାନ୍ତି କବିଙ୍କ କର୍ମମୟ ଉପରେ କିଛି ଆଲୋକପାତ କରିଥିଲେ ସେମାନେ ଜଣେ ସରକାରୀ ପୌର ବିଭାଗର ଦକ୍ଷ ଓ କର୍ମଠ ଯନ୍ତ୍ରୀ ଥିଲେ ।ସେ କେବଳ ଯନ୍ତ୍ରୀ ନ ଥିଲେ ଜଣେ ସୁ ସଂଗଠକ ଥିଲେ ।ଜଣେ ଖେଳାଳି ହୋଇ ନ ଥିଲେ ମଧ୍ୟ ଜଣେ ବିଶିଷ୍ଟ କ୍ରୀଡା ସଂଗଠକ ଥିଲେ ତାଙ୍କରି ପ୍ରେରଣା ଓ ଉତ୍ସାହ ବଳରେ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ସେହିଭଳି ଜଣେ ମଂଚ କଳାକାର ହୋଇ ନ ଥିଲେ ମଧ୍ୟ ସଂସ୍କୃତି ପ୍ରେମୀ ହୋଇଥିବାରୁ ସେ ବିଭିନ୍ନ କଳାକାରଙ୍କୁ ଏକାଠି କରାଇ ନାଟକ ମଂଚସ୍ଥ ନାଟକ ପ୍ରଦର୍ଶନ କରିବାରେ ପ୍ରେରଣା ଓ ସହଯୋଗ କରୁଥିଲେ । ତାଙ୍କ ସମୟରେ ବହୁ ନାଟକ ପ୍ରଦର୍ଶିତ ହୋଇଥିଲା ଯାହାକି ବର୍ତ୍ତମାନ ୩୦ ବର୍ଷ ହେଲା ଆଉ ସେପରି ନାଟକ ମଞ୍ଚସ୍ଥ ହେଉନାହିଁ ।ତାଙ୍କରି ସହଯୋଗରେ ବିଭିନ୍ନ ପୂଜା ମଣ୍ଡପ ଯଥା କୁଚେଇବୁଢି ଦୁର୍ଗାପୂଜା ଗଢି ଉଠିଥିଲା । ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ । ତାଙ୍କ ସମୟରେ ବିଭିନ୍ନ ସାହିତ୍ୟ, ସଭା ,ସାରସ୍ଵତ ଗଢି ଉଠିଥିଲା । ତାଙ୍କର ସହଧର୍ମିଣୀ ନିରୁପମା କଵି ଓଡ଼ିଶାର ଜଣେ ବିଶିଷ୍ଟ ମହିଳା ସାରସ୍ବତ ସାଧିକା ।ସେ ଜଣେ ଅମାୟିକ ବ୍ୟକ୍ତି ,ଅଳ୍ପ ଭାଷୀ,ସ୍ନେହୀ ବ୍ୟକ୍ତି ଥିଲେ । ଗୃହ ନିର୍ମାଣ ପାଇଁ ସହରର ଯେ କୌଣସି ବ୍ୟକ୍ତି ଯେତେବେଳେ ବ ପହଞ୍ଚିଲେ ମଧ୍ୟ ବିନା ଵିନା ମୂଲ୍ୟରେ ନକ୍ସା,ଡିଜାଇନ୍ ଓ ଭଲ ପରାମର୍ଶ ଦେଇଥାନ୍ତି । ତାଙ୍କରି ଦେହାନ୍ତ ସ୍ଥାନୀୟ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ହୋଇଛି ।ତାଙ୍କରି ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତେ ପ୍ରାର୍ଥନା କରିଥିଲେ ।