- ଗ୍ରୁପ ବି ର ୯ମ ମ୍ୟାଚରେ ବି ଜେ ଏମ ସି ସି ବିଜୟୀ
ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୯ମ ମ୍ୟାଚରେ ବି ଜେ ଏମ ସି ସି କ୍ଲବ ଜେ କେ ସି ସି କ୍ଲବ କୁ ୪୪ ରନରେ ରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବି ଜେ ଏମ ସି ସି ୨୪ ଓଭରରେ ସମସ୍ତ ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚିନ୍ମୟ ପଣ୍ଡିତ ୫୮ ଓ ଲୋକନାଥ ପୃଷ୍ଟି ୨୫ ରନ କରିଥିଵା ବେଳେ ବିପକ୍ଷ ଦଳର ଅଶ୍ୱନୀ ବେହେରା ୪ଟି ଓ ପ୍ରିତମ ପଣ୍ଡା ୩ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଜେ କେ ସି ସି ୧୭. ୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୮ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ପ୍ରିତମ ବେହେରା ୨୭ ଓ ହୃଷିକେଶ ଦଣ୍ଡପାଟ ୧୫ ରନ କରିଥିବା ବେଳେ ବିପକ୍ଷ ଦଳର ଲୋକନାଥ ପୃଷ୍ଟି ଓ ପୁରବ ରାଜେଶ ନନ୍ଧା ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଲୋକନାଥ ପୃଷ୍ଟି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ସମାଜସେବୀ ଅମର କୁମାର ସେଠି ଓ କ୍ରିକେଟ ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ଗ୍ରୁପ ବି ର ଶେଷ ମ୍ୟାଚ କରଞ୍ଜିଆ ଓ ମୟୁରଭଞ୍ଜ ରେଡ ମଧ୍ୟରେ ଖେଳାଯିବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I