Photo For The News Of Kausalya School Annual Function

କୌଶଲ୍ୟା ସରକାରୀ ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ରାମପୁର ପଞ୍ଚଚାୟତ କୌଶଲ୍ୟା ସରକାରୀ ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଶ୍ୱନାଥ ଦୀକ୍ଷିତ, ମୁଖ୍ୟ ବକ୍ତା ପ୍ରାକ୍ତନ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ଶିକ୍ଷାବିତ୍ ସୋମନାଥ ସୂତାର, ପ୍ରଧାନଶିକ୍ଷକ ଶରତ ନାୟକ, ଆଞ୍ଚଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର ରାଉତ, ଶିକ୍ଷକ ଅନିରୁଦ୍ଧ ମଙ୍ଗଳ,ସମିତିସଭ୍ୟ ମୁନି ମୁଣ୍ଡା, ପରିଚାଳନା କମିଟି ସଭାପତି ବିଜେନ୍ଦ୍ର ବେହୁରିଆ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ହେବା ଫଳରେ ପିଲା ମାନଙ୍କ ଉତ୍ସାହ ବୃଦ୍ଧି ପାଇବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲେ । ଶିକ୍ଷକ ନରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ ମଲ୍ଲିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ ଓ କଳା ଶିକ୍ଷକ ଅଶୋକ ପହି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ବାର୍ଷିକ କ୍ରୀଡ଼ାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଦାମ ଚରଣ ଦାସ, ମନୋରମା ପାଢ଼ୀ, ପ୍ରକାଶ ଚନ୍ଦ୍ର ଜେନା, ଦେବବ୍ରତ ପାଢ଼ୀ, ଗଦାଧର ମହାପାତ୍ର, ଅକ୍ଷୟ ଦାସ, ସସ୍ମିତା ସାହୁ,ଅନୁପମା ବିଶ୍ୱାଳ, ପ୍ରିୟଙ୍କା ମଲ୍ଲିକ, ଜୟନ୍ତୀ ମଲ୍ଲିକ, ଗୌରୀରାଣୀ ବେହେରା, ଦେବେନ୍ଦ୍ର ଦେହୁରୀ, ସନ୍ତୋଷ ନାୟକ ସମେତ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।