ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ପଳସା ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଶିଶୁମନ୍ଦିରର ସଭାପତି ତଥା ଶିକ୍ଷାବିତ୍ ହଳଧର ବାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଖଗେଶ୍ୱର ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଶିକ୍ଷାବିତ ଅନିଲ କୁମାର ନାୟକ, ମୁଖ୍ୟ ବକ୍ତା ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ସମ୍ମାନିତ ଅତିଥି ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜାଶଙ୍କର ଲେଙ୍କା ,ଅଭୟ ପ୍ରଧାନ, ସତ୍ୟନାରାୟଣ କର, ସନ୍ତୋଷ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଶିଶୁମନ୍ଦିର ଛାତ୍ରଛାତ୍ରୀ ଦ୍ୱାରା ସ୍ୱାଗତ ସଂଗୀତ ଗାନ,ଆଚାର୍ଯ୍ୟ ରମେଶ ଚନ୍ଦ୍ର ପାଢ଼ୀ ମଂଚ ସଂଚାଳନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ରବୀନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ ଓ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ଜେନା ଶିଶୁମନ୍ଦିରର ବାର୍ଷିକ ବିବରଣୀ ପଠନ କରିଥିଲେ । ଅନୁଷ୍ଠିତ ବାର୍ଷିକ କ୍ରୀଡ଼ାରେ ଭାଗନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ଶତପଥି, ଜୟସ୍ମିତା ପଣ୍ଡା, ସୁଜାତା ପଣ୍ଡା, ଜୋଶ୍ନାରାଣୀ ସାହୁ, ପୁଷ୍ପିତା ନାୟକ, ସୁରେନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ସାହୁ, ଗୋଲକ ବିହାରୀ ନାୟକ, ବାସନ୍ତୀ ବାରିକ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
