Rani Panda 2

ଦୟା ନଦୀ କୂଳରେ ପ୍ରେମିକର ପିଣ୍ଡ ଦାନ କଲେ ରାଣୀ ପଣ୍ଡା

State

ଭୁବନେଶ୍ୱର : ଯେଉଁ ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡା ଥରେ ଠିଆ ହେଲେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଅଭିନୟ ଦେଖିବାକୁ ଚାହିଁରହିଥାନ୍ତି । ଯାହାଙ୍କୁ ଖଣ୍ଡଗିରି ମନା ହୋଇଥିଲା ସେହି ଖଣ୍ଡଗିରିରେ ହଜାର ହଜାର ଲୋକଙ୍କୁ ମଟନ ଭାତ ଖୁଆଇବା ସହ ଯାତ୍ରା ମଞ୍ଚରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ, ଏବଂ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥାନ୍ତି ତାଙ୍କ ଭିତରେ ମଧ୍ୟ ଅନେକ ଅକୁହା ଯନ୍ତ୍ରଣା ସେ ପୁଣି ପ୍ରେମିକ ଠାରୁ ପାଇଥିବା ଶକ୍ତ ଧୋକା । ଯେଉଁ କଷ୍ଟକୁ ଛାତିରେ ଚାପି ରଖି ଆପଣଙ୍କ ମନୋରଞ୍ଜନ କରନ୍ତି ସେଇ କଷ୍ଟର ପ୍ରତିଫଳିତ ଛବି ଦେଖିବାକୁ ମିଳିଛି ଦୟା ନଦୀ କୂଳରେ ।

ଆପଣ ମାନେ ଯାହା ଶୁଣୁଛନ୍ତି ଠିକ୍ ଶୁଣୁଛନ୍ତି, ଇଏ ହେଉଛି ସେଇ ରାଣୀ ପଣ୍ଡାଙ୍କ କଥା । ଅନ୍ୟମାନଙ୍କ ଭଳି ଦିନେ ସେ ମଧ୍ୟ ସତ ସତିକା ପ୍ରେମିକା ସାଜି ପ୍ରେମ କରିଥିଲେ, ସେଥିରେ ଉବୁଟୁବୁ ମଧ୍ୟ ହୋଇଥିଲେ । ହେଲେ ଧୋକାବାଜ ପ୍ରେମିକ ଅନେକ କିଛି ସ୍ୱପ୍ନ ଦେଖାଇ ସ୍ୱପ୍ନ ମହଲରେ ଘର କରାଇ ଶେଷରେ ରାଣୀଙ୍କୁ ଧୋକା ଦେଇ ଅନ୍ୟ କାହାର ହାତ ଧରୁଛି ଆଜି । ଆଉ ଏପଟେ ଧୋକାବାଜ ପ୍ରେମିକର ଦୟା ନଦୀ କୂଳରେ ପିଣ୍ଡ ଦାନ କରୁଛନ୍ତି ରାଣୀ ପଣ୍ଡା ।

ପ୍ରେମିକ ସହ ପ୍ରେମ ଗଢିଉଠିଥିବା ସମୟରେ ଯେଉଁ ସବୁ ସନ୍ତକ ଥିଲା ଯଥା, ମୋବାଇଲ୍, ବ୍ରେସଲେଟ୍,କାନଫୂଲ,ଚୁଡି, ଶାଢୀ ଆଦି ଅନେକ ଜିନିଷ ମଧ୍ୟରୁ କାହାକୁ ପାଣିରେ ଭସାଇ ଦେଇଛନ୍ତି କେଉଁଟାକୁ ଜାଳି ପୋଡି ଭସ୍ମ କରିଦେଇଛନ୍ତି । ଆଉ ଏ ସବୁ କରିବା ସହିତ ଦୟା ନଦୀରେ ବୁଡ ପକାଇ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

ଏସବୁ ଆଜି ହିଁ କାହିଁକି କଲେ ରାଣୀ ପଣ୍ଡା । କାହିଁକିନା ଆଜି ହେଉଛି ସେହି ପ୍ରେମିକର ବାହାଘର । ତେଣୁ ପ୍ରେମିକର ବାହାଘର ଦିନ ରାଣୀ ନିଷ୍ପତି ନେଲେ ଯେ ପ୍ରେମିକ ବଞ୍ଚି ଥାଉ ଥାଉ ତାଙ୍କର ପିଣ୍ଡ ଦାନ କରିବେ ଏବଂ ସବୁଦିନ ପାଇଁ ସାଇତି ରଖିଥିବା ସବୁ ସ୍ମୃତିକୁ ଦୁରେଇ ଦେବେ ।

ଆଜିର ଦୁନିଆରେ ରାଣୀଙ୍କର ଏହି ନିଷ୍ପତି ବର୍ତ୍ତମାନର ଯୁବପୀଢିଙ୍କୁ ଅନେକ କିଛି ବାର୍ତ୍ତା ଦେଉଛି । ଭଲପାଇ ପ୍ରତାରିତ ହେବାପରେ ଅନେକ ଜୀବନ ହାରିଦେଉଛନ୍ତି, କିନ୍ତୁ ଏସବୁ କରିବା ଉଚିତ୍ ନୁହେଁ । ବରଂ ନିଜେ ବଞ୍ଚିରହି ସାହାସ ଏବଂ ଧର୍ଯ୍ୟର ସହିତ ସବୁ ସାମ୍ନା କରିବା ଜରୁରୀ ।