ନବରଙ୍ଗପୁର: ଲାଞ୍ଚ ନେଇ ଧରା ପଡିଲେ ନବରଙ୍ଗପୁର ଉମରକୋଟର ଦୁଇ କୃଷି ଅଧିକାରୀ ନଳିନୀକାନ୍ତ ପରିଡା ଓ ସୁରେନ୍ଦ୍ରସିଂ ବୁନ୍ଦେଲା । ୫ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜଳ ନିଧି ଯୋଜନାରେ ସବସିଡ଼ି ଟଙ୍କା କରାଇ ଦେବାକୁ କହି ନେଉଥିଲେ ଏହି ଲାଞ୍ଚ । ଟ୍ରାପ ପରେ ଉଭୟଙ୍କର ୫ ଟି ସ୍ଥାନରେ ଚାଲିଛି ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ।
ସୂଚନ ମୁତାବକ, ଜଳନିଧି ଯୋଜନାର ଜଣେ ହିତାଧିକାରୀ ତାଙ୍କ ଜମିରେ ବୋରୱେଲ ଖୋଲିବା ପାଇଁ ଆସିଥିବା ସବ୍ସିଡି ଟଙ୍କା ମାଗିଥିଲେ । ମାତ୍ର ହିତାଧିକାରୀଙ୍କୁ ସେହି ଟଙ୍କା ଦେବା ପାଇଁ ତାଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଆସିଷ୍ଟାଣ୍ଟ ଆଗ୍ରିକଲଚର୍ ଅଫିସର୍ ନୀଳକାନ୍ତ ପରିଡ଼ା ଏବଂ ବ୍ଲକ୍ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ରସିଂ ବୁନ୍ଦେଲ । ଏନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ଟିମ୍କୁ ଜଣାଇଥିଲେ । ଅଭିଯୋଗ ପରେ ଉକ୍ତ ଦୁଇ କୃଷି ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ । ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ନୀଳକାନ୍ତ ପରିଡ଼ାଙ୍କ ୩ ଟି ସ୍ଥାନରେ ଏବଂ ସୁରେନ୍ଦ୍ରସିଂ ବୁନ୍ଦେଲଙ୍କ ୨ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।