Kidneep 3

କମ୍ପାନୀ ଅଧିକାରୀଙ୍କୁ ଅପହରଣ ମାମଲାରେ ୭ ଗିରଫ, ମୁଣ୍ଡଜାମିନ ବାବଦରେ ନେଇଥିଲେ ୬୦ ଲକ୍ଷ

State

କେନ୍ଦୁଝର: କେନ୍ଦୁଝର ଅପହରଣ ଘଟଣାର ପର୍ଦ୍ଦାଫାସ ।  ଖଣି କମ୍ପାନୀର ଉପସଭାପତି ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାର ପର୍ଦ୍ଦାଫାସ କଲା ବଡ଼ବିଲ ଥାନା ପୋଲିସ ।  ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ଟି ମୋବାଇଲ , ଗୋଟିଏ ଖେଳନା ବନ୍ଧୁକ ସହ ଅପହରଣକାରୀଙ୍କୁ ଦିଆଯାଇଥିବା ୬୦ ଲକ୍ଷରୁ ୫୦ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି ପୋଲିସ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।  ଡ୍ରାଇଭରଙ୍କ ସହଯୋଗରେ ଅପହରଣ କରିଥିଲେ ଦୁର୍ବୃତ୍ତ । ଏକ ବର୍ଷ ପୂର୍ବରୁ ଡ୍ରାଇଭର ଫିରୋଜ ସହ ମିଶି ମୁଖ୍ୟ ଅଭିଯୁକ୍ତ ସଦାବ ଖାନ୍ ଅପହରଣ ଯୋଜନା କରିଥିଲା ।

ଗତ ୭ ତାରିଖ ଫିରୋଜ ନୂଆ କାର କିଣି ୧୨ ତାରିଖ ଅଫିସରେ ସମସ୍ତଙ୍କୁ ଲଡ଼ୁ ଖାଇବାକୁ ଦେଇଥିଲା । ଯେଉଁଥିରେ ନିମାନନ୍ଦଙ୍କ ଡ୍ରାଇଭର ଆକାଶ ଓ ଅନ୍ୟ ଜଣେ ଡ୍ରାଇଭର ନିଶାସକ୍ତ ଲଡୁ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ଯୋଜନା ମୁତାବକ ନିମାନନ୍ଦ ପ୍ରଧାନ, ଫିରୋଜଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ । ଫିରୋଜ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଅପହରଣ କରିନେଇ ଝାଡଖଣ୍ଡ ପଳାଇ ଯାଇଥିଲା ଓ ପରିବାର ଲୋକଙ୍କୁ ତାଙ୍କୁ ମୁକୁଳାଇବାକୁ ୨କୋଟି ଟଙ୍କା ଦାବି କରିଥିଲା । ଯାହାକୁ ନେଇ ନିମାନନ୍ଦ ପ୍ରଧାନଙ୍କ ପତ୍ନୀ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ ।

କେନ୍ଦୁଝର ଏସପିଙ୍କ ତତ୍ୱାବଧାନରେ ୧୨ଟି ଟିମ ଝାଡଖଣ୍ଡ , ବିହାର ଓ ପଶ୍ଚିମବଙ୍ଗକୁ ଯାଇ ୮ ଦିନ ମଧ୍ୟରେ ନିମାନନ୍ଦ ପ୍ରଧାନଙ୍କୁ ମୁକୁଳାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । DGP ଙ୍କ ସହଯୋଗ କ୍ରମେ ଏଥିରେ FlU , କ୍ରାଇମବ୍ରାଞ୍ଚ ଓଡ଼ିଶା , ATS ଝାଡ଼ଖଣ୍ଡ , IG ଜେଲ ଝାଡଖଣ୍ଡ , STF ବିହାର , IG ଜେଲ ବିହାର ଏବଂ ପଶ୍ଚିମବଙ୍ଗ ପୋଲିସ ସାମିଲ ଥିଲେ ।