Img 20250222 Wa0171

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ 

State
ବାରିପଦା: ମୟୂରଭଞ୍ଜ ର ପ୍ରଜାବତ୍ସଳ ରାଜର୍ଷି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଶ୍ରାଦ୍ଧ ବାର୍ଷିକୀ ଆଜି ଅଗ୍ରଣୀ ଭାଷା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ବାରିପଦା ମଧୁବନ ସ୍ଥିତ ମହାରାଜା ଙ୍କ ସମାଧିପୀଠରେ ପାଳିତ ହୋଇଯାଇଛି | ମଞ୍ଚର ପ୍ରତିଷ୍ଠାତା ସଭାପତି ଶରତ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦୟ ନାଥ ଜେନା, ପିତାମ୍ବର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ସୟେ ଦ ସିରାଜୁଦ୍ଦିନ, ଦୀପକ କୁମାର ନାୟକ, ଦିଲ୍ଲୀପ କୁମାର ପାତ୍ର, ଲଳିତ କୁମାର ବାରିକ, ହରେକୃଷ୍ଣ ପାତ୍ର, ଆଇନଜୀବୀ ପ୍ରଦୀପ କୁମାର ପଲେଇ
ପ୍ରମୁଖ ଯୋଗଦେଇ ମହାରାଜାଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ସ୍ମୃତିଚାରଣ କରି ମୟୂରଭଞ୍ଜ ମହାରାଜା କେବଳ ମୟୂରଭଞ୍ଜ ନୁହେଁ, ସାରା ଓଡିଶା ତଥା ଭାରତବର୍ଷର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ବୋଲି କହିଥିଲେ |