640 480 23520191 827 23520191 17

ସାନ ଯା’ଙ୍କୁ ବଡ ଯା’ ଲିଭର ଦେବା ଘଟଣା, ସାନ ଯା’ଙ୍କ ମୃତ୍ୟୁ

State

ସମ୍ବଲପୁର: ଝାଙ୍କରପାଲି ଅଞ୍ଚଳର ସାନ ଯାଆକୁ ବଡ ଯାଆ ଲିଭର ଦେବା ଘଟଣା । ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସାନ ଯାଆର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତକାଲି ରାତିରେ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ମହିଳାଙ୍କ ସ୍ବାମୀ ।

ସୂଚନା ଅନୁସାରେ, ଝାଙ୍କରପାଲି ଅଞ୍ଚଳର ଜଣେ ମହିଳାଙ୍କ ପେଟରେ ସେପଟିକ୍‌ ହେବାରୁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା ଜଣଙ୍କ । ଲିଭର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସାନ ଯାଆଙ୍କୁ ଲିଭର ଦେଇ ଚର୍ଚ୍ଚାକୁ ଆସିଥିଲେ ବଡ଼ ଯାଆ । ଅନେକ ପରିବାରରେ ଯାଆମାନଙ୍କ ମଧ୍ୟରେ ମନମାଳିନ୍ୟ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଡ଼ ଯାଆ ନିଜ ସାନ ଯାଆର ଜୀବନ ବଞ୍ଚାଇବାକୁ ଲିଭର ଦାନ କରିଥିଲେ । ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ସତ୍ତ୍ବେ ଆଖି ବୁଝିଲେ ସମ୍ବଲପୁର ଝାଙ୍କରପାଲି ଗାଁର ବହୁ ଚର୍ଚ୍ଚିତ ସାନ ଯାଆ।