Photo2 For Matrubhasa Divas

ଆଗରପଡ଼ା ମହାବିଦ୍ୟାଳୟ ଆନୁକୂଲ୍ୟରେ “ଅନ୍ତର୍ଜାତୀୟ ମତୃଭାଷା ଦିବସ” ପାଳିତ

State

ଆଗରପଡ଼ା: ଆଗରପଡ଼ା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଆନୁକୂଲ୍ୟରେ “ଅନ୍ତର୍ଜାତୀୟ ମତୃଭାଷା ଦିବସ” ଅବସରରେ ଏକ ଆଲୋଚନା ସଭା ପାଳିତ ହୋଇଯାଇଅଛି । ଉଦ୍‌ଘାଟକ ଏବଂ ସଭାପତି ଭାବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଯୋଗ ଦେଇ ମାତୃଭାଷାର ଗୁରୁତ୍ୱ ସଂପର୍କରେ ବିଦ୍ୟ।।ର୍ଥୀଙ୍କ ଉପଲକ୍ଷେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ନାରାୟଣ ଚନ୍ଦ୍ର ପୁରୀ ଓଡ଼ିଆ ଭାଷାକୁ ସୁରକ୍ଷା କରିଥିବା ପୂର୍ବସୁରୀଙ୍କୁ ସ୍ମରଣ କରିଥିଲେ । ସଭାକୁ ପରିଚାଳନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ଓଡ଼ିଆ ବିଭାଗ ମୁଖ୍ୟ ପ୍ରେମଲତା ଦାଶ । ଅଧ୍ୟାପକ ନିରଞ୍ଜନ ପାଲ୍‌,ପବିତ୍ର ଦାସ,ଅରବିନ୍ଦ ଦାସ,ରାଜେନ୍ଦ୍ର ପାଣିଗ୍ରାହୀ ଏବଂ ମହାବିଦ୍ୟାଳୟ ମୁଖ୍ୟ ସହାୟକ ଅଶୋକ ସାହୁ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଦିବରେ ସହଯୋଗ କରିବା ସହିତ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ବିଦ୍ୟାର୍ଥୀୀଙ୍କ ଦ୍ୱାରା ଓଡ଼ିଶାର ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା । ଶେଷରେ ଓଡ଼ିଆ ଅଧ୍ୟାପକ ଡକ୍ଟର ହରିହର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।