ଆଗରପଡ଼ା:ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଗରପଡ଼ାର ଅଧ୍ୟକ୍ଷ ଡ଼. କାର୍ତ୍ତିକେଶ୍ୱର ରାଉଳଙ୍କ ଅଧ୍ୟକ୍ଷତାରେ ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡ଼. ପ୍ରଦୀପ ନାୟକ ବେଦ-ପାଠ, ଗୁରୁଛାତ୍ରୀ ସୁବ୍ରତା ବାରିକ, ତପସ୍ୱିନୀ ସେନାପତି, ମନ୍ଦାକିନୀ ସେନାପତି, ସୁଭଦ୍ରା ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ତଥା ଶପଥପାଠ ଆଦି କାର୍ଯ୍ୟ କରିଥିଲେ । ସଭାପତି ମହୋଦୟ ଶିଶୁର ସର୍ବାଙ୍ଗୀନ ବିକାଶରେ ମାତୃଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପସ୍ଥାପନା କରିଥିଲେ । ଏହାପରେ ଗୁରୁଛାତ୍ରଛାତ୍ରୀଙ୍କୁ ନେଇ କବିତା ଆସର କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ବର୍ଷର ଗୁରୁଛାତ୍ରଛାତ୍ରୀ ନିଜର କବିତା ଉପସ୍ଥାପନ ସହ ଦ୍ୱିତୀୟ ପର୍ଯ୍ୟାୟରେ ବକୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭବାନୀ ଶଙ୍ଗର ଦାସ, ନିର୍ମଳ ଚନ୍ଦ୍ର ସେଠୀ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ରେଖା ମିଶ୍ର, ବିଜୟିନୀ ସ୍ୱାଇଁ, ବିଜୟିନୀ ମହାପାତ୍ର, ତୃପ୍ତିମୟୀ ମିଶ୍ର, ପଦ୍ମିନୀ ବେହେରା, ମଧୁସ୍ମିତା ତ୍ରିପାଠୀ, କିରଣ ପ୍ରଧାନ, ତ୍ରିଲୋଚନ ମହାଳିକ, ପ୍ରଫୁଲ୍ଲ ଗୋଚ୍ଛାୟତ ତଥା ଅନୁଷ୍ଠାନ କର୍ମଚାରୀ ନାରାୟଣ ନାୟକ, ଗଣେଶ ପ୍ରସାଦ ପାଣି, ପ୍ରତାପ ପଣ୍ଡା, ମାନସ ସାହୁ ପ୍ରମୁଖ ସହାୟତା କରିଥିଲେ । ପରିଶେଷରେ ବରିଷ୍ଠ ପ୍ରଶିକ୍ଷିକା ରେଖା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
