ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଥିଲା କିଟ ପ୍ରସଙ୍ଗ । ମୁଲତବୀ ଆଲୋଚନାରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଥିଲେ । ସରକାରଙ୍କ ପକ୍ଷରୁ ୪ଟି ୨୪ ଘଣ୍ଟିଆ ହେଲପ ଲାଇନ ଖୋଲାଯାଇଛି । କ୍ୟାମ୍ପସକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରାଯିବା ସହ ମିଡ ସେମିଷ୍ଟର ପରୀକ୍ଷା ଘୁଞ୍ଚାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
