Ganeswara Behera 750x430

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବର୍ଷିଲେ ଗଣେଶ୍ବର

State

ଭୁବନେଶ୍ବର: ଆଜି ଗୃହରେ ସ୍ପୁଲ ବନ୍ଦ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସରକାର ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପରେ ଏହାକୁ କାର୍ଯ୍ୟକାରୀ କରିବାରେ କୁଣ୍ଠା ପ୍ରକାଶ କରୁଛନ୍ତି ।

ଏହାକୁ ନେଇ ଗଣେଶ୍ବର କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି କହିଲା ସରକାରକୁ ଆସିଲେ ସବୁ ମନ୍ଦ ହୋଇଥିବା ସ୍କୁଲ ଗୁଡିକୁ ସରକାର ଖୋଲିବେ । ହେଲେ ସରକାରକୁ ଆସିବା ପରେ କହିଲେ, ମାମଲା ହାଇକୋର୍ଟରେ ବିଚାରଧିନ ଅଛି । ଯାହାକୁ ସେ ତାତ୍ସଲ୍ୟ କରି କହିଛନ୍ତି, ହେ ସୌଦାଗର, ନିଜ ବାକ୍ୟ ତୁ ନିଜେ ରକ୍ଷା କର ବୋଲି ।

ହେଲେ ଏବେ ସରକାରଙ୍କ କ୍ଷମତା ନାହିଁ ସ୍ବୁଲ ଖୋଲିବାକୁ ବୋଲି ସେ କହିଛନ୍ତି । ହାଇକୋର୍ଟ ଫଇସଲା ଶୁଣାଇଛନ୍ତି । ହେଲେ ଏବେ ବି ସରକାର ଦାବି କରୁଛନ୍ତି, ଯେ କି ରାଜ୍ୟରେ ବନ୍ଦ ଥିବା ୬୪୧୯ଟି ସ୍କୁଲ ଖୋଲିବାର ପ୍ରସ୍ତାବ ଆସିଲେ, ପଦକ୍ଷେପ ନିଆଯିବ । ଏହା ଅବିଚାରିତ ନିଷ୍ପତ୍ତି ଥିଲା । ସରକାର ଖାଲି ଘୋଷଣା କରୁଛନ୍ତି ହେଲେ କରିବା ବେଳକୁ କୁଣ୍ଠା । ଯାହା କହୁଛନ୍ତି, ସରକାର ତାହା କରୁନାହାନ୍ତି । ସରକାର ଏହାକୁ ନେଇ ଆଉ ଥରେ ବିଚାର କରନ୍ତୁ ବୋଲି କହିଛନ୍ତି ଗଣେଶ୍ବର ।