Rek

ଦିଲ୍ଲୀରେ ରେଖା ସରକାର: ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୧୦ ବିଭାଗ

National & International

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି ।

ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା କପିଲ ମିଶ୍ରା, ଆଷିଶ ସୁଦଙ୍କୁ ୬ଟି ଲେଖାଏଁ ବିଭାଗ ମିଳିଛି । ଉପମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମାଙ୍କୁ ୫ଟି ବିଭାଗର ଦାୟିତ୍ବ ଦିଆଯାଇଛି । ସେହିପରି ରବୀନ୍ଦ୍ର ଇନ୍ଦ୍ରରାଜ ସିଂହ ଏବଂ ପଙ୍କଜ କୁମାର ସିଂହଙ୍କୁ ତିନିଟି ଲେଖାଏଁ ବିଭାଗ ମିଳିଛି ।

ରେଖା ଗୁପ୍ତା : ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ

ପ୍ରବେଶ ବର୍ମା : ପୂର୍ତ୍ତ, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ, ଜଳସମ୍ପଦ

ଆଷିଷ ସୁଦ : ଗୃହ, ଶିକ୍ଷା, ଶକ୍ତି, ସହରୀ ବିକାଶ

ମଜିନ୍ଦର ସିଂହ ସୀର୍ସା: ଶିଳ୍ପ, ପରିବେଶ ଏବଂ ଜଙ୍ଗଲ, ଖାଦ୍ୟ ଏବଂ ସିଭିଲ ସପ୍ଲାଏ

ପଙ୍କଜ କୁମାର ସିଂହ: ସ୍ବାସ୍ଥ୍ୟ, ପରିବହନ, ଆଇଟି

କପିଲ ମିଶ୍ରା: ଆଇନ ଏବଂ ନ୍ୟାୟ, ଶ୍ରମ, ନିଯୁକ୍ତି, ପର୍ଯ୍ୟଟନ, କଳା ଓ ସଂସ୍କୃତି

ରବୀନ୍ଦ୍ର ଇନ୍ଦ୍ରରାଜ ସିଂହ: ସାମାଜିକ କଲ୍ୟାଣ, ଏସସି/ଏସ୍‌ଟି କଲ୍ୟାଣ, ସମବାୟ ବ୍ୟାପାର