Kiit 1 2

ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ ପ୍ରତିଷ୍ଠାତାଙ୍କ ଅପିଲ, ବିଶ୍ବବିଦ୍ୟାଳୟକୁ ଫେରିଆସି କ୍ଲାସରେ ଯୋଗ ଦେବାକୁ ନିବେଦନ

State

ଭୁବନେଶ୍ୱର : କିଟ ବିଶ୍ବବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ପାଠପଢା ଚାଲିଛି । ନେପାଳର ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟକୁ ଫେରି କ୍ଲାସରେ ଯୋଗ ଦେବାକୁ ଅପିଲ କରିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ସେ ଅତ୍ୟନ୍ତ ଦୁଃଖିତ ଅନୁଭବ କରି କହିଛନ୍ତି ଯେ KIIT ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ କ୍ଷମା ପ୍ରାର୍ଥନା ସହ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ ନିବେଦନ କରିଛନ୍ତି ।

ଏହା ସହିତ ଏକ ଭିଡିଓ ଜାରି କରି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ମୋର ପ୍ରିୟ ନେପାଳର ‘କିଟିଆନସ’ ! ମୁଁ ତୁମ ମାନଙ୍କର ସାମନ୍ତ ସାର ଭୁବନେଶ୍ୱରରୁ ତୁମ ମାନଙ୍କର ସାଙ୍ଗ ଓ ନେପାଳର ଦୁଇ ରାଷ୍ଟ୍ରଦୂତ ଅଧିକାରୀଙ୍କ ସହ ଅଛି । ଆମେ ବର୍ତ୍ତମାନ KIIT କ୍ୟାମ୍ପସ ପରିଦର୍ଶନ କରି ଆସିଲୁ । ସେଠାରେ ସ୍ଥିତି ସ୍ୱାଭାବିକ ଅଛି ୧୬ ତାରିଖ ଘଟଣା ପାଇଁ ମୁ ଅତ୍ୟନ୍ତ ମର୍ମାହତ । ଉକ୍ତ ଘଟଣା ପାଇଁ ମୁ ବ୍ୟକ୍ତି ଗତ ଭାବେ କ୍ଷମା ମାଗୁଛି । ଯାହା ହେବାର ଥିଲା ହୋଇ ସାରିଛି । ଆମେ ଘଟଣା ପାଇଁ ଦାୟୀ ବ୍ୟକ୍ତିତ୍ୱଙ୍କ ଉପରେ କାଯ୍ୟନୁଷ୍ଠାନ ନେଇଛୁ ବୋଲି ଆପଣ ମାନେ ଜାଣିଥିବେ । ସରକାର ମଧ୍ୟ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ KIIT ବିଶ୍ୱବିଦ୍ୟାଳୟରେ ଶାନ୍ତିରେ କ୍ଲାସ ଚାଲିଛି । ନେପାଳର କିଛି ଛାତ୍ରଛତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ତେଣୁ ମୁଁ ବିନମ୍ରତାର ସହ ନେପାଳର ସମସ୍ତ କିଟିଆନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜ ବିଶ୍ୱବିଦ୍ୟାଳୟକୁ ପୁଣି ଫେରନ୍ତୁ ଓ କ୍ଲାସ କରନ୍ତୁ । ମୁଁ ପ୍ରତିଶୃତି ଦେଉଛି ଯେ ଶ୍ରେଣୀରେ କିମ୍ବା କ୍ୟାମ୍ପସରେ ତାଙ୍କ ଉପରେ କୌଣସି ବିପଦ ନାହିଁ ।

ଏଥିସହିତ ମୁଁ ନେପାଳର ସମସ୍ତ କିଟିଆନଙ୍କ ଅଭିଭାବକଙ୍କୁ ଅପ୍ରତ୍ୟାଶିତ ଘଟଣା ପାଇଁ କ୍ଷମା ଯାଚନା କରୁଛି ବୋଲି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ।