ବାରିପଦା: ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ -2025 ପାଳନ ନେଇ ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭ ରେ ଜିଲ୍ଲାପାଳ ଶ୍ରୀ ସୟ ଉପସ୍ଥିତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସଭ୍ୟ /ସଭ୍ୟା ଓ କଳାକାର ମାନଙ୍କୁ ସ୍ୱାଗତ ଜଣାଇ ମୟୁରଭଞ୍ଜ ର ପ୍ରସିଦ୍ଧ ଚୈତ୍ର ପର୍ବ ତଥା ଛଉ ନୃତ୍ୟ ଉତ୍ସବର ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖି ଏହାକୁ ମହାସମାରୋହ ରେ ପାଳନ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ |ଚଳିତ ବର୍ଷ ଆସନ୍ତା ଏପ୍ରିଲ ମାସ ୧୧ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ସ୍ଥାନୀୟ ଛଉ ପଡିଆ ଠାରେ ପରିବେଷଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି | ମାତ୍ର ପ୍ରତିବର୍ଷ ଭଳି ୩ଦିନ ଯଥା ରୀତିରେ ଛଉ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବ ଓ ଏପ୍ରିଲ ୧୪ ତାରିଖରେ ବାହାର ରାଜ୍ୟମାନଙ୍କରୁ ବିଭିନ୍ନ ଛଉ ନୃତ୍ୟ ଦଳକୁ ଆମନ୍ତ୍ରଣ କରାଯାଇ ସେମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ନିଆହୋଇଛି।ଏହି ଅବସରରେ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଓରମାସ ପକ୍ଷରୁ ଛଉ ପଡିଆ ସଂଲଗ୍ନ କଲେଜ ପଡିଆ ଠାରେ ସମାନ୍ତରାଳ ଭାବେ ପଲ୍ଲିଶ୍ରୀ ମେଳା ଏପ୍ରିଲ 11 ତାରିଖ ରୁ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ | ଉକ୍ତ ପଲ୍ଲିଶ୍ରୀ ମେଳାରେ ପାଖାପାଖି ୧୫୦ଟି ବିଭିନ୍ନ ଷ୍ଟଲ ରେ ଘରୋଇ ଉଦ୍ୟୋଗୀ ମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରୟ ସହିତ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଲୋକମାନଙ୍କ ପାଇଁ ବିକ୍ରୟ କରାଯିବ।
ପ୍ରତିଦିନ ସନ୍ଧ୍ୟା ରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର ର ବିଭିନ୍ନ ସାଂସ୍କୃତିକ ଦଳ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ |ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଛଉ ନୃତ୍ୟ ସାଂସ୍କୃତିକ ଉତ୍ସବ ର ପ୍ରଥମ ଦିବସ ତା 11-04-2025 ରିଖ ରେ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡ ଅଂଚଳ ରୁ ଯୋଗ୍ୟ ବିବେଚିତ ଗ୍ରାମାଞ୍ଚଳ ଛଉ ନୃତ୍ୟ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି | ସେହିପରି ଉତ୍ସବ ର ଦ୍ଵିତୀୟ ଦିବସ ତା 12-04-2025 ରିଖ ଏବଂ ତୃତୀୟ ଦିବସ ତା 13-04-2025 ରିଖ ରେ ବାରିପଦା ର ପ୍ରସିଦ୍ଧ ପାରମ୍ପରିକ ଛଉ ନୃତ୍ୟ ପ୍ରତିଷ୍ଠାନ ଯଥା ଉତ୍ତର ସାହି ଓ ଦକ୍ଷିଣ ସାହି ଛଉ ପ୍ରତିଷ୍ଠାନ କଳାକାର ମାନଙ୍କ ଦ୍ୱାରା ଯଥାରୀତି ନୃତ୍ୟ ପରିବେଷଣ ପାଇଁ ନିଷ୍ପତି ନିଆଯାଇଛି | ଛଉ ନୃତ୍ୟର ମୌଳିକତା କୁ କ୍ଷୁର୍ଣ୍ଣ ନକରି ଯୁବପିଢ଼ି ତଥା ସମସ୍ତଙ୍କ ଚକ୍ଷୁ ଆକର୍ଷିତ କରିବା ପାଇଁ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟକୁ ଏଥିରେ ମିଶ୍ରଣ କରି ଏହାକୁ ଏକ ଅଭିନଵ ରୂପରେ ପରିବେଷଣ କରାଇବା ପାଇଁ ପରାମର୍ଶ ଦିଆହୋଇଛି ଯଦ୍ୱାରା ପରିବର୍ତନ ସମୟ ଅନୁସାରେ ଦର୍ଶକମାନଙ୍କ ମନରଞ୍ଜନ ରେ ଏହା ସହାୟକ ହେବ। ଏହି ଅବସରରେ ଛଉ ନୃତ୍ୟ ଉତ୍ସବ କୁ ଜାତୀୟ ସ୍ତରରେ କିପରି ଅଧିକ ଲୋକାଭିମୁଖୀ କରି ହେବ ଏବଂ ଏହା କିପରି ଜାତୀୟ ଉତ୍ସବର ମାନ୍ୟତା ପାଇବ ସେ ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ ବୋଲି ଜିଲ୍ଲlପାଳ ପ୍ରକଶ କରିଥିଲେ । ଏଥି ସହ ଉତ୍ସବ କୁ ଚିହ୍ନିତ କରିବା ଉଦେଶ୍ୟ ରେ ଏକ ସ୍ମରଣିକା ପ୍ରକାଶନ ପାଇଁ ମଧ୍ୟ୍ୟ ନିଷ୍ପତି ନିଆଯାଇଛି। ଉତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ କର୍ଣ୍ଣିଭାଲ ର ଆୟୋଜନ କରାଯିବା ନେଇ ପ୍ରସ୍ତାବ ରଖାଯାଇଛି।ସର୍ବୋପରି ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ର ସୁପରିଚାଳନା ନିମନ୍ତେ ଛଉ ପଡିଆ ଠାରେ ବେରିକେଡ଼ ନିର୍ମାଣ, ଛଉ ନୃତ୍ୟ ମଞ୍ଚ ସାଜସଜା, ବିଦ୍ୟୁତ ଯୋଗାଣ, ଅଗ୍ନିଶମ ସେବା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ସେବା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ଫର୍ସ ମୃତୟନ ଆଦି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି | ଭକ୍ତl ମାନଙ୍କୁ ଯଥା ରୀତି ସମସ୍ତ ବିଷୟରେ ସୂଚାଇ ଦେବା ପାଇଁ ସମ୍ପୃକ୍ତ ଅଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି |
ଏହି ଅବସରରେ ଛଉ ନୃତ୍ୟ କଳା କ୍ଷେତ୍ର ରେ କୃତୀତ୍ୱ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ଦେଇ ସମ୍ମାନିତ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି | ଅନୁଷ୍ଠିତ ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପଲି ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ )ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଶାନ,ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା , ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଓରମାସ ର କର୍ମକର୍ତ୍ତା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଉତ୍ତର ସାହି ଓ ଦକ୍ଷିଣ ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ର ସଭାପତି /ସମ୍ପାଦକ, ସଭ୍ୟ ସଭ୍ୟା ମାନେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜ ର ମତ ପ୍ରକାଶ କରିଥିଲେ |