Photo For The News Of Block Label Nipuna Odisha Mela (1)

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା

State

ଆଗରପଡ଼ା :ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପକ୍ଷରୁ ମହତାବ ମଇ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ସଂଯୋଜକ ହରେକୃଷ୍ଣ ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ବନ୍ତ ବ୍ଲକ ବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ ,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ଜିପିଓ ସୁଚିସ୍ମୀତା ବାରିକ,ସରପଂଚ ମାନୀରାଣୀ ରାଉତ,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା,ଭାଗିରଥିପାତ୍ର,ସିଆରସିସି ଅଶୋକ ଦାସ ପ୍ରମୁଖ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାକ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳନା ମାଧ୍ୟମରେ ଗଣିତ ଓ ମାନସୀକ ଦକ୍ଷତା ବୃଦ୍ଧିପାଇଁ ସରକାର ନେଇଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧିପାଇବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ନିଜ ହାତରେ ନିର୍ମାଣ କରିଥିବା ଚିତ୍ର କୁ ପରିଦର୍ଶନ କରିଥିଲେ । ଅତିଥିମାନେ କୃତୀପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହାକୁ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ସମସ୍ତ ସାଧନାକେନ୍ଦ୍ରର ସଂଯୋଜକ ନିଂରଜନ ଖିଲାର, ଗିରିଜା ଶଙ୍କର ଲେଙ୍କା, ପ୍ରଦୀପ ପଲେଇ, ସଂନ୍ତୋଷ ମଲ୍ଲିକ, ପ୍ରଫୁଲ ଦାସ, ସୁଧାଂଶୁଶେଖର ଦାସ, ଉତମ ଦାସ, ଅକ୍ଷୟ ସାହୁ, ସୁବ୍ରତ ରାଉଳ,ରାଜେନ୍ଦ୍ର ପାତ୍ର,ପରମେଶ୍ୱର ପୃଷ୍ଟି,ଜଗନ୍ନାଥ ଖୁଣ୍ଟିଆ,ଗୈାତମ ସ୍ୱାଇଁ,ପ୍ରଫୁଲ ସାହୁଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।