Img 20250219 Wa0050

କିତାବେଡା ଗ୍ରାମରେ ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

State
  • ବିଶୋଇ ପୋଲିସ ସଫଳତା, ସନ୍ଦେହରେ ଯୁବକକୁ ଅଟକ ଓ ତଦନ୍ତ ଜାରି

ବାରିପଦା:  ସ୍ବାଧୀନତାର ଦିର୍ଘ ବର୍ଷ ଅତିକ୍ରାନ୍ତେ ଅନ୍ଧବିଶ୍ୱାସର ଆସ୍ଥା ମନୁଷ୍ୟ ସମାଜରୁ ଲିଭି ନାହିଁ ।ଅନ୍ଧ ବିଶ୍ବାସର କୁ ପରିଣତି ନେଇ ଵିଶେଷତଃ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ନାରକୀୟ କାଣ୍ଡ,ବିଭତ୍ସ ହତ୍ୟାକାଣ୍ଡ, ମହିଳା ହତ୍ୟାକାଣ୍ଡ ଘଟୁଛି।ବହୁ ପରିବାର ଧ୍ବଂସ ହୋଇ ଯାଉଛି । ସରକାର ଯେତେ ସଚେତନତା ରଥ ଏବଂ ଆଇନ ଯେତେ କଠୋର ହେଲେ ମଧ୍ୟ ଲୋକେ ସଚେତନ ହେଉ ନାହାନ୍ତି ।ବିଶେଷତଃ ଓଡ଼ିଶା ଭଳି ଏକ ଶାନ୍ତ ପ୍ରବଳ ରାଜ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରୁଛି । ସରକାର କୋଟିକୋଟି ଟଙ୍କା ସ୍ବାସ୍ଥ୍ୟ ଓ ଶିକ୍ଷା ବାବଦରେ ଖର୍ଚ୍ଚ କରୁଛନ୍ତି ହେଲେ ଫଳପ୍ରଦ ହେଉ ନାହିଁ ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମହଲରେ ଚିନ୍ତାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଖଡମବେଡାପଞ୍ଚାୟତର କିତାଵେଡା ଗ୍ରାମର ଡୁଙ୍ଗୁରିସାହିର ଜନୈକ ଯୁବକ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ସେହି ଗ୍ରାମର ଏକ ଦମ୍ପତ୍ତି କୁ କୁରାଢ଼ିରେ ଛେଚି ବିଭତ୍ସ ଛାତିଥରା ହତ୍ୟାକାଣ୍ଡ ଘଟାଇଥିଵା ବିଶୋଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କିତାବେଡା ଗ୍ରାମର ଅଜେୟ ନାଏକ(୨୫) ନିଜ ପୁଅ ଏବଂ ବାପାଙ୍କ ସୁରେନ୍ଦ୍ର ଙ୍କ ଦେହ ବାରମ୍ବାର ଖରାପ ହେଉଥିବା ନେଇ ସେହି ଗ୍ରାମର ଡୁଙ୍ଗୁରି ସାହିର ଦେବେନ୍ଦ୍ର ନାଏକ (୪୮) ଏବଂ ତାଙ୍କର ପତ୍ନୀ ଚମ୍ପା ନାଏକ (୪୫)ଊପରେ ଅନ୍ଧ ବିଶ୍ବାସ ନେଇ ସନ୍ଦେହ ଜାତ ହୋଇଥିଲା ।ଅଜୟ ମନରେ ସନ୍ଦେହ ହୋଇଥିଲା ଯେ ଦେବେନ୍ଦ୍ର ଓ ଚମ୍ପା ଗୁଣି ଗାରେଡ଼ି କରିବା ଯୋଗୁଁ ତା’ ର ବାପା ଏବଂ ପୁଅର‌ ଦେହ ପା ସବୁବେଳେ ଖରାପ ହେଉଛି । ତେଣୁ ସେ‌ହି ଅନ୍ଧ ବିଶ୍ବାସ ଭୂତ ଅଜୟର ମୁଣ୍ଡରେ ବାରମ୍ବାର ଆନ୍ଦୋଳିତ ହେଉଥିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା । ସବୁଦିନ ପାଇଁ ଅଜୟ ଏବଂ ଚମ୍ପାକୁ ରାସ୍ତାରୁ ହଟାଇବା ପାଇଁ ‌ ସବୁବେଳେ ଚିନ୍ତିତ ଥିଲା । ସବୁଦିନ ସୁଯୋଗ ଉଣ୍ଡୁଥିଲା ।

ଗତକାଲି ସୋମବାର ରାତି ୭/୮ ଟା ବେଳେ ଦେବେନ୍ଦ୍ର ତାର ଘର ପାଖରେ ବିଲାତି କ୍ଷେତରେ‌ ପାଣି ଦେଉଥିବା ବେଳେ କୌଣସି ସୂତ୍ରରୁ ଜାଣିପାରି ଅଜୟ ନିଜର କ୍ରୋଧକୁ ସମ୍ଭାଳି ନ ପାରି ଏକ କୁରାଢି ଧରି ସେଠାରେ ପହଞ୍ଚି ଥିଲା । ସେଠାରେ ଅତର୍କିତ ଭାବେ ଦେବେନ୍ଦ୍ର ମୁଣ୍ଡକୁ କୁରାଢି ରେ ଛେଚି ଦେଇଥିଲା । ଘଟଣାସ୍ଥଳରେ ଦେବେନ୍ଦ୍ର ର ମୃତ୍ୟୁ ହୋଇ ଯାଇଥିଲା ।ଏତିକିବେଳେ ନର ପିଶାଚ ଯୁବକ ଅଜୟର କ୍ରୋଧ ସରି ନ ଥିଲା ।ସେହି ରକ୍ତ ଲଗା କୁରାଢି କୁ ଧରି ଦେବେନ୍ଦ୍ର ଘରେ ପଶିଥିଲା । ଦେବେନ୍ଦ୍ର ର ପତ୍ନୀ ଚମ୍ପା , ପୁତ୍ରବଧୂ ସୁମିତ୍ରା ଏବଂ ଦୁଇ ବର୍ଷ ର ଶିଶୁକନ୍ୟା ଶୋଇଥିଲେ । ହଠାତ୍ ଖଡଖାଡ୍ ଶବ୍ଦ ଶୁଣି ସୁମିତ୍ରା ଅଜୟର ଭୟଙ୍କର ରୂପ ଏକ ରକ୍ତ ଲଗା କୁରାଢି କୁ ଦେଖି ଭୟଭୀତ ହୋଇ ପ୍ରାଣ ବିକଳରେ ଅନ୍ଧାର ଭିତରେ ଲୁଚି ଖସି ପଳାଇଥିଲା । ଅଜୟ ଚମ୍ପାକୁ କୁରାଢି ଦ୍ବାରା ମର୍ମନ୍ତୁଦ ଵର୍ଵୋଚିତ ଆକ୍ରମଣ କରି ହତ୍ୟା କରି ଘଟଣା ସ୍ଥଳରୁ ଚମ୍ପଟ ମାରି ଖସି ପଳାଇଥିଲା । ସୁମିତ୍ରା ରାତିସାରା ଲୁଚି ଭୋରୁ ଯାଇ ଅକ୍ଷତ ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଅନ୍ୟ ଗାଁ ରେ ରହୁଥିବା ତା’ ର ଦିଅର ରାଵେନ୍ଦ୍ର କୁ ଫୋନ କରି ଡକାଇଥିଲା । ରାଵେନ୍ଦ୍ର ଘରକୁ ଆସି ଘଟଣାର ସବୁକିଛି ଅବଗତ ହୋଇ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ।ବିଶୋଇ ଥାନରରେଏକ ମାମଲା କେଶ ନମ୍ବର ୩୭/୨୫ ରୁଜୁ ହୋଇଥିଲା ।ଖବରପାଇ ବିଶୋଇ ଥାନାଧିକାରୀଣୀ ମିନି ଭୋଇ , ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଏବଂ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁମଣି ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କୁ ଜୋରଦାର କରିଥିଲେ ।ତଦନ୍ତକୁ ଜୋରଦାର କରି ସମସ୍ତ ପ୍ରମାଣକୁ ଭିତ୍ତିକରି ଘଟଣାର କାର୍ପଟଦାର ଅଜୟ ନାଏକକୁ ବାଙ୍ଗିରିପୋଷି ର ନିଜର ସମ୍ପର୍କୀୟ ଘରୁ ଠାବ କରି ତାକୁ ଉଠାଇ ଥାନାକୁ ଆଣି ତଦନ୍ତ ଜୋରଦାର କରିଛନ୍ତି । ପୋଲିସ ପ୍ରାଥମିକତା ତଦନ୍ତରୁ ଜାଣିବାକୁ ପାଇଛି ଏହା ଏକ ଡାହାଣି ଜନିତ ହତ୍ୟାକାଣ୍ଡ ।ଘଟଣାକୁ ନେଇ ବିଶୋଇ ଅଂଚଳରେ ଚର୍ଚ୍ଚା ର ବାଶୟ ହୋଇଛି ।ଖୁବ୍ କମ୍ ସମୟ ମଧ୍ୟରେ ବିଶୋଇ ପୋଲିସର ଏହା ସଫଳତା ଯାହାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।