ବାରିପଦା: ସମଗ୍ର ଶିକ୍ଷା, ମୟୂରଭଞ୍ଜ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମେଳା ୨୦୨୫ ସ୍ଥାନୀୟ ସହିଦ ସ୍ମୃତି ଭବନ, ବାରିପଦା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମେଳା ୨୦୨୫ ଆୟୋଜନ ଅବସରରେ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନଶୀଳତା ପ୍ରସଙ୍ଗକୁ ନେଇ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସହ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରଯାଇଥିଲା । ନିପୁଣ ଓଡିଶା ମେଳାର ପ୍ରମୁଖ ଅଂଶୀଦାର ଭାବରେ ୧ମ, ୨ୟ ଓ ୩ୟ ଶ୍ରେଣୀର ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷା ବିଭାଗର କର୍ମକର୍ତ୍ତା, ପଞ୍ଚାୟତର।ଜ ବିଭାଗର ସଦସ୍ୟ ସଦସ୍ୟା, ଗଣ ମଧ୍ୟମର ସଦସ୍ୟ ଓ ବେସରକାରୀ ସଂସ୍ଥାର ଅଧିକାରୀ ତଥା ପ୍ରତିନିଧିଗଣ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଲୋକସଭା ସାଂସଦ, ମୟୂରଭଞ୍ଜ ଶ୍ରୀଯୁକ୍ତ ନବଚରଣ ମାଝୀ ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଓ ଶ୍ରୀମତୀ ଦୀପ୍ତି ନାଏକ ପ୍ରମୁଖ ଯୋଗଦାନ କରିଥିଲେ । ମାନ୍ୟବର ସାଂସଦ ମୟୂରଭଞ୍ଜ ତାଙ୍କ ଉଦବୋଧନରେ ବିକଶିତ ଭାରତର ସ୍ଵପ୍ନ ସାକାର କରିବାକୁ ହେଲେ ତୃଣମୂଳ ସ୍ତରରୁ ଏହି ବିକାଶ ହେବା ଅବଶ୍ୟକ ଏବଂ ଏହା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷ।, ସ୍ଵଚ୍ଛତା ଶିକ୍ଷା ଓ ପିତାମାତାଙ୍କୁ ସଚେତନ କରିବା ଦ୍ଵାରା ସମ୍ଭବ ବୋଲି ମତବ୍ୟକ୍ତ କରିବା ସହ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଥମିକ ସ୍ତରରେ ବହୁଭାଷୀ ଶିକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରି ସମଗ୍ର ଭରତ ବର୍ଷରେ ମୟୂରଭଞ୍ଜ ଜିଲ୍ଲା କୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିବାକୁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନଶୀଳତା ପ୍ରସଙ୍ଗ ଉପରେ ଏକ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀର ଆୟୋଜନ କରଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଶିକ୍ଷଣ ସାମଗ୍ରୀ ଗୁଡିକୁ ଉପସ୍ଥିତ ଛାତ୍ରଛାତ୍ରୀ, ପିତାମାତା, ପଞ୍ଚୟତର।ଜ ସଦସ୍ୟ, ବେସରକାରୀ ଅନୁଷ୍ଠାନର ସଦସ୍ୟଗଣ ବୁଲି ଦେଖିଥିଲେ । ଆୟୋଜିତ ପ୍ୟାନେଲ ଆଲୋଚନାରେ “ସର୍ବଶ୍ରେଷ୍ଠ ବିଦ୍ୟାଳୟ ପାଇଁ ମୋ ପରିକଳ୍ପନା” ଶୀର୍ଷକ ଉପରେ ଆଲୋଚନା କରଯାଇଥିଲା ।
ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ସୃଜନଶୀଳ ବିଭାଗରେ ଧରଣୀଧର ସିଂ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ତୁଳସୀଚଉରା, ବାରିପଦା, ହୀନା କୁମାରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଳସୀଚଉରା କୋଲୋନିସାହି, ବାରିପଦା, ସୁପ୍ରିୟା ବେହେରା, ପୁଲିସ ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦା, ସଂଖ୍ୟାଜ୍ଞାନ ବିଭାଗରେ ବିରାଟ ସିଂ, ପୂର୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରିପଦା, ଅନୁଷ୍କା ବେହେରା, ଏମ.ଟି.କେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରିପଦା, ଆୟଶା ପରବିନ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ତୁଳସୀଚଉରା, ବାରିପଦା ଓ ସାକ୍ଷରତା ବିଭାଗରେ ସୂରଜ ବିନ୍ଧାଣି, ଏମ.ଟି.କେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରିପଦା, କୃତିକା ବେଜ, ପୁଲିସ ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦା, ଭୂମିକା ଦେହୁରି, ରାଧାରାଣୀ ଓ ଦୟ।ଭାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରିପଦା ଆଦି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ଭାରତୀ ହାଁସଦା ଓ ସମ୍ମାନିତ ଅତିଥିଭାବେ ବାରିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାସିନ୍ଧୁ ପରିଡା ପ୍ରମୁଖ ଯୋଗଦାନ କରିଥିଲେ ।
ଉପରୋକ୍ତ ସମସ୍ତ କାର୍ୟ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ୟ୍ୟାଳୟର ଶୈକ୍ଷିକ ସଂଯୋଜିକା ଶୈଳବାଳା ବେହେରା, ଆଦିବାସୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି, ବାଳିକା ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ବାରିକ, ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ, ଶ୍ରୀଯୁକ୍ତ ନିରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ କାର୍ତ୍ତିକେଶ୍ଵର ମହାନ୍ତ, ସତ୍ୟ ନାରାୟଣ ନାୟକ, ସନ୍ତୋଷ କୁମାର ସାହୁ, ନାରାୟଣ କିଂକର ଦତ୍ତ, ଗୋପାଳ ବାରିକ, ଶାନ୍ତନୁ ପ୍ରଧାନ, ଦିଲ୍ଲୀପ କୁମାର ଘୋଷ, ପୁଲକ ଚନ୍ଦ୍ର ମହାନ୍ତ, ଗରେନ୍ଦ୍ର ସିଂ, ଗଣେଶ ବେହେରା, ଶିକ୍ଷୟିତ୍ରୀ ପଦ୍ମିନୀ ପାଢୀ, ମିନର୍ଭା ଦାସ ଓ ସମଗ୍ର ଶିକ୍ଷା କାର୍ୟ୍ୟ।ଳୟ ତରଫରୁ ଅଶ୍ଵିନୀ କୁମାର ସିଂହ ପରିଚାଳନାରେ ସହଯୋଗ କରିଥିଲେ ।