Photo For The News Of Block Label Nipuna Odisha Mela

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା

State

ଆଗରପଡ଼ା :ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପକ୍ଷରୁ ମହତାବ ମଇ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ସଂଯୋଜକ ହରେକୃଷ୍ଣ ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ବନ୍ତ ବ୍ଲକ ବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ ,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ଜିପିଓ ସୁଚିସ୍ମୀତା ବାରିକ,ସରପଂଚ ମାନୀରାଣୀ ରାଉତ,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା,ଭାଗିରଥିପାତ୍ର,ସିଆରସିସି ଅଶୋକ ଦାସ ପ୍ରମୁଖ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାକ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳନା ମାଧ୍ୟମରେ ଗଣିତ ଓ ମାନସୀକ ଦକ୍ଷତା ବୃଦ୍ଧିପାଇଁ ସରକାର ନେଇଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧିପାଇବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ନିଜ ହାତରେ ନିର୍ମାଣ କରିଥିବା ଚିତ୍ର କୁ ପରିଦର୍ଶନ କରିଥିଲେ । ଅତିଥିମାନେ କୃତୀପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହାକୁ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ସମସ୍ତ ସାଧନାକେନ୍ଦ୍ରର ସଂଯୋଜକ ନିଂରଜନ ଖିଲାର,ଗିରିଜା ଶଙ୍କର ଲେଙ୍କା,ପ୍ରଦୀପ ପଲେଇ,ସଂନ୍ତୋଷ ମଲ୍ଲିକ,ପ୍ରଫୁଲ ଦାସ,ସୁଧାଂଶୁଶେଖର ଦାସ,ଉତମ ଦାସ,ଅକ୍ଷୟ ସାହୁ,ସୁବ୍ରତ ରାଉଳ,ରାଜେନ୍ଦ୍ର ପାତ୍ର,ପରମେଶ୍ୱର ପୃଷ୍ଟି,ଜଗନ୍ନାଥ ଖୁଣ୍ଟିଆ,ଗୈାତମ ସ୍ୱାଇଁ,ପ୍ରଫୁଲ ସାହୁଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।