Img 20250218 Wa0179

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଗ୍ରୁପ ବି ର ୪ର୍ଥ ମ୍ୟାଚ ରେ ଡି ଆର କେ (ବି ) ବିଜୟୀ

State

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୪ର୍ଥ ମ୍ୟାଚରେ ଡି ଆର କେ (ବି ) ଜେ କେ ସି ସି କୁ ୨୯ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଡି ଆର କେ (ବି ) ୩୫ ଓଭରରେ ୬ ଉଇକେଟ ହରାଇ ୧୮୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୁବ୍ରତ ସିଂ ୪୫ ଓ ପ୍ରୀତପାଲ ସିଂହ ୩୭ ରନ କରିଥିଵା ବେଳେ ବିପକ୍ଷ ଦଳର ସଂଜୀବ କୁମାର ମହାପାତ୍ର ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଜେ କେ ସି ସି ୩୧. ୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଅନାଦି ମହାନ୍ତ ୪୧ ଓ ଶ୍ୱେତ ଦାସ ୩୦ ରନ କରିଥିବା ବେଳେ ବିପକ୍ଷ ଦଳର ଡି ଜଗନ ରେଡ୍ଡୀ ୫ ଟି ଉଇକେଟ ଅକ୍ତିଆର କରିଵା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ଅତିଥି ବିନୀତ ପୁରିଙ୍କ ସମେତ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି କରଞ୍ଜିଆ ଓ ଡି ଆର କେ (ବି ) ମଧ୍ୟରେ ଖେଳ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I