ସାହୁପଡ଼ା ଶିଶୁମନ୍ଦିର ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ସାହୁପଡ଼ା ଶିଶୁମନ୍ଦିର ବାର୍ଷିକ ଉତ୍ସବ ଶିଶୁମନ୍ଦିର ସଭାପତି ରତ୍ନାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ମୁଖ୍ୟବକ୍ତା ଅମୃତ ଦର୍ଶନ ପତ୍ରିକାର ସଂପାଦକ ସଂଗ୍ରାମ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥିଭାବେ ଆଗରପଡ଼ା ଥାନା ଅଧିକାରୀ ଶ୍ରୀକାନ୍ତ ପତି,ସରପଂଚ ସବିତା ରାଣୀ ନାୟକ,ଆଗରପଡ଼ା ଅଂଚଳର ବରିଷ୍ଠ ବ୍ୟବସାୟୀ ଶ୍ୟାମସୁନ୍ଦର ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ । ଶିଶୁମନ୍ଦିର ପ୍ରଧାନଆଚାର୍ଯ୍ୟ ମାୟାଧର ଦାସ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିଶୁମନ୍ଦିର ଉପଦେଷ୍ଟା କମିଟି ସଭାପତି ବଳରାମ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଶିଶୁମନ୍ଦିର ମାତୃଭାରତୀ ସଦସ୍ୟାଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଘଡ଼େଇ ଓ ଜିଲ୍ଲା ଯୋଗ ପ୍ରଣିକ୍ଷକ ଧରଣୀଧର କରଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶିଶୁମନ୍ଦିର ସଂପାଦକ ମଦନ ମୋହନ ପାଣିଗ୍ରାହୀ,ସହ ସଂପାଦକ ଅଶୋକ ଦାସ, ଉପସଭାପତି ସନାତନ ଦାସ, କୋଷାଧ୍ୟକ୍ଷ ଉମାକାନ୍ତ ମହାପାତ୍ର, ଗୁରୁଜୀ ରମାକାନ୍ତ ମହୁରୀ, ପ୍ରଦୀପ ପାଣିଗ୍ରାହୀ, ଭିଷ୍ମଦେବ ଦାସ, ଗୁରୁମା ମମତାରାଣୀ ମିଶ୍ର, ସୁମତୀ ସେଠୀ, ମମତା ମହାନ୍ତି, ରାଜଶ୍ରୀ ବେହେରା, ରଶ୍ମିତା ପାଣିଗ୍ରାହୀ, ସ୍ୱର୍ଣ୍ଣଲତା ଦଳେଇ, ରୁନୁଲତା କଟୁଆଳ, ସୁଚିସ୍ମିତା ଆଇଚ, ପଦ୍ମାବତୀ ବେହେରା ଓ ମାତୃ ଭାରତୀର ସମସ୍ତ ସଭ୍ୟା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad