Photo For The News Of I Rad Karmasala

ଜିଲ୍ଲାସ୍ତରୀୟ ଇ-ଡ଼୍ୟାର୍ କର୍ମଶାଳା ଉଦ୍‌ଘାଟିତ

State

ଭଦ୍ରକ : ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ସୋମବାର ଭଦ୍ରକ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ନିମନ୍ତେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଆଇ-ର‌୍ୟାଡ୍ ଓ ଇ-ଡ୍ୟାର୍ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଆଇଆଇସି ସଡ଼କ ସୁରକ୍ଷା ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ ତାଲିମ ଶିବିରକୁ ଶ୍ରୀ ବେହେରା ଆରମ୍ଭ କରିଥିଲେ । ଦୀର୍ଘ ୩ ବର୍ଷ ଧରି ଭଦ୍ରକ ଜିଲ୍ଲାର ସମସ୍ତ ଥାନାରେ ଆଇ-ର‌୍ୟାଡ (ଇଣ୍ଟେଗ୍ରେଟେଡ୍ ରୋଡ ଆକ୍ସିଡେଣ୍ଟ ଡେଟାବେସ୍‌) ସଫଳତାର ସହ କାର୍ଯ୍ୟକ୍ଷମ ହୋଇ ପାରିଥିବାରୁ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପଯୁକ୍ତ ବୈଷୟିକ ସହାୟତା ପ୍ରଦାନ କରିଥିବା ହେତୁ ଏନ୍‌ଆଇସି ଭଦ୍ରକ ଜିଲ୍ଲା କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଇ-ଡ଼୍ୟାର(ଇ-ଡିଟେଲ୍‌ଡ୍ ଆକ୍ସିଡେଣ୍ଟ ରିପୋର୍ଟ) ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଏହାର ସଫଳ ରୂପାୟନ ନିମନ୍ତେ ଥାନାଧିକାରୀଙ୍କର ସହାୟତା କାମନା କରିଥିଲେ । ଅନୁଷ୍ଠିତ କର୍ମଶାଳାରେ ତାଲିମ ସମୟରେ ଜିଲ୍ଲା ରୋଲଆଉଟ୍ ପରିଚାଳକ (ଡ଼ିଆରଏମ)ଆଦିତ୍ୟ ବାରିକ ସିଷ୍ଟମର ଏକ ବ୍ୟାପକ ପରିଚୟ ପ୍ରଦାନ କରିଥିଲେ । ଦୁର୍ଘଟଣା ତଥ୍ୟ ରିପୋର୍ଟିଂକୁ ସୁଗମ କରିବାରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅଂଶଗ୍ରହଣକାରୀଙ୍କୁ ଦୁର୍ଘଟଣା ବିବରଣୀ ସଠିକ୍ ଭାବରେ ପୂରଣ କରିବା ପ୍ରକ୍ରିୟା ଉପରେ ମାର୍ଗଦର୍ଶନ କରାଯାଇଥିଲା ଏବଂ ସମନ୍ୱିତ ସଡ଼କ ଦୁର୍ଘଟଣା ଡାଟାବେସ୍ (ଆଇଆରଏଡ଼ି) ସିଷ୍ଟମ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ , ଯାହା ସଡ଼କ ସୁରକ୍ଷା ଏବଂ ନୀତି ନିର୍ଦ୍ଧାରଣରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଦୁର୍ଘଟଣା ରିପୋର୍ଟ ପରିଚାଳନାରେ ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା, ସଠିକ୍ ତଥ୍ୟ ସଂଗ୍ରହ ସୁନିଶ୍ଚିତ କରିବା ଏବଂ ଉତ୍ତମ କାର୍ଯ୍ୟକାରୀତା ଏବଂ ବିଶ୍ଳେଷଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ଏହି ତାଲିମର ଲକ୍ଷ୍ୟ ଥିଲା । ଆୟୋଜିତ କର୍ମଶାଳାକୁ ତଦାରଖ କରିଥିଲେ ଜିଲ୍ଲା ଡ଼ିଆଇଓ ଭିଜୟ କୁମାର ।