ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ ମୟୂରଭଞ୍ଜ ପରିସରରେ ଅଲଚିକି ଲିପିର ଶତବାର୍ଷିକ ଅବସରରେ ବିଦୁ-ଚାନ୍ଦାନ ପୂଜା କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜା କାର୍ଯ୍ୟକ୍ରମ ଟି ବରିଷ୍ଠ ପ୍ରଶିକ୍ଷିକା – ଚମ୍ପାବତୀ ହାଁସଦାଃ ଙ୍କ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ଓ ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀଙ୍କ ଉପସ୍ଥିତିରେ ପୂଜା ସମ୍ପନ୍ନ ହୋଇଥିଲା।ଏହି କାର୍ଯ୍ୟକ୍ରମ ଜରିଆରେ ଅଲଚିକି ଲିପିର ପ୍ରଚାର ପ୍ରସାର ଓ ସାନ୍ତ।ଳ ସମ୍ପ୍ରଦାୟର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତ୍ସ।ହନ କରାଯାଇଥିଲା I ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିବାରର ସମସ୍ତ ଶିକ୍ଷକ, ପ୍ରଶିକ୍ଷକ, ପ୍ରଶିକ୍ଷିକା ଓ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷର ଗୁରୁ ଛାତ୍ର ଛାତ୍ରୀଙ୍କ ଦ୍ୱାରା “ବିଦୁ-ଚାନ୍ଦାନ” ବଙ୍ଗାଟି ସାଫଲ୍ୟମଣ୍ଡିତ କରାଯାଇଥିଲା।
