ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି ପବିତ୍ର ମହାକୁମ୍ଭ ମେଳା । ଏଠାକୁ ଦେଶ ବିଦେଶରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ମହାକୁମ୍ଭରେ ପୁଣି ଲାଗିଲା ନିଆଁ । ମହାକୁମ୍ଭ ସେକ୍ଟର ୮ରେ ଏକ ଶିବିରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଘଟିବା ପରେ ତୁରନ୍ତ ଆୟତ୍ତ କରିବା ପାଇଁ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଯୋଗୁଁ ଅନେକ ଶିବିର ପୋଡି ପାଉଁଶ ହୋଇଯାଇଛି ।
ସୂଚନାଯୋଗ୍ୟ, ମହାକୁମ୍ଭର ସେକ୍ଟର-୨୨ରେ ଭୟଙ୍କର ନିଆଁ ଲାଗି ଅନେକ ଟେଣ୍ଟ ଜଳିଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଥିଲା । ସେକ୍ଟର-୧୮ ଟେଣ୍ଟରେ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଥିଲା ।
ପ୍ରୟାଗରାଜର ସେକ୍ଟର-୧୯ ଅଖିଳ ଭାରତୀୟ ଧର୍ମ ସଂଘ ଗୀତା ପ୍ରେସ୍ ଗୋରଖପୁର କ୍ୟାମ୍ପରେ ଲାଗିଥିଲା ନିଆଁ । ଶାସ୍ତ୍ରୀ ବ୍ରିଜ୍ ଏବଂ ରେଲୱେ ବ୍ରିଜ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ନିଆଁ ଲାଗିଥିଲା । ଗୀତା ପ୍ରେସ ଗୋରଖପୁର ଶିବିରରେ ନିଆଁ ଜଳାଯାଇଥିଲା, ଫଳରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ନିଆଁ ଚାରିଆଡେ ବ୍ୟାପିଥିଲା । ନିଆଁ ଏତେ ଭୟାବହ ହେଲା ଯେ କ୍ୟାମ୍ପରୁ ଚାରିଆଡ଼େ ଖେଳିହୋଇଗଲା । ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ୧୮୦ କଟେଜ ଜଳିଯାଇଥିଲା । ରବିବାର ଅପରାହ୍ନ ୪ଟା ବେଳେ ମେଳାରେ ନିଆଁ ଲାଗିବା ଯୋଗୁଁ ଭୟଭୀତ ହୋଇପଡିଥିଲେ ଶ୍ରଦ୍ଧାଳୁ । ୫ଟି ବାଇକ ସହିତ ୫ ଲକ୍ଷ ଟଙ୍କା ମଧ୍ୟ ପୋଡି ଯାଇଥିଲା ।