Mukesh Mahalinga 680x430

୧୨ ହସ୍ପିଟାଲରରେ ନାହିଁ ଆଇସିୟୁ ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

State

ଭୁବନେଶ୍ବର: ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏପରିକି ରାଜ୍ୟର ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ରାଉରକେଲାରେ ଆଇସିୟୁ ନିମାଣାଧୀନ ରହିଛି । ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆଇସିୟୁ କାର୍ଯ୍ୟକାରୀ ହେବ ବୋଲି ଆଜି ବଜେଟ ପୂର୍ବରୁ ବିଧାନସଭାରେ ଅନୁଷ୍ଠିତ ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି ।

ଅନ୍ୟପଟେ, ରାଜ୍ୟରେ ଖାଲିପଡିଥିବା ୫୨୪୮ଟି ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଚଳିତ ବର୍ଷ ୫୨୪୮ ଏମବିବିଏସ ଡାକ୍ତର ପଦ ପୂରଣ ହେବା ସହିତ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ପୂରଣ ହେବ । ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବାବେଳେ ତାଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି । ଫଳରେ ବ୍ୟୟବରାଦ ୩ ଲକ୍ଷ କୋଟି ଟଙ୍କା ଛୁଇଁବା ସମ୍ଭାବନା ରହିଛି ।