Rew

ମୋ ବସ୍ ନା ମର୍ଡର ବସ୍? ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ

State

ଭୁବନେଶ୍ୱର : ବିଧାନସଭାରେ ବି ଉଠିଲା ମୋ ବସ୍ ଦୁର୍ଘଟଣା ପ୍ରସଙ୍ଗ ।  ମୋ ବସ୍ ନା ମର୍ଡର ବସ୍ ?  ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ।  ମୋ ବସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ କ୍ଷତି ଭରଣା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ ।   ମୋ ବସ ଡ୍ରାଇଭରଙ୍କ ସ୍କିଲ ଟେଷ୍ଟ ଠିକ ଭାବେ କରାଯାଉଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ‘ମୋ ବସ୍’ ପାଇଁ ଅଲଗା ରୁଟ୍ ବ୍ୟବସ୍ଥା କରାଯିବ କି ପ୍ରଶ୍ନ କଲେ।

ସୂଚନା ଯୋଗ୍ୟ କିଛିଦିନ ପୂର୍ବରୁ ରାଜଧାନୀରେ ପୁଣିଥରେ ମୋ ବସ୍ ଆତଙ୍କ ସୃଷ୍ଟି କରିଥିଲା । ମୋ ବସ୍ ଚକ ତଳେ ଚାଲିଯାଇଥିଲା ଜଣେ ମହିଳାଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ହୋଇହୋଇଥିଲେ । କିଛିଦିନ ତଳେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଥିଲା । ସଂପୃକ୍ତ ବସଟି ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।