Mo Bus

ମୋ ବସ୍‌ ଦୁର୍ଘଟଣା: ଝିଅ ପରେ ମାଆର ମୃତ୍ୟୁ

State

ଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଝିଅ ପରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ଆଜି ମୃତ୍ୟୁ ଘଟିଛି।

ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଏହି ଦୁର୍ଘଟଣା। ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍‌। ଏହି ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ହୋଇଥିଲେ ମାଆ। ଘଟଣାରେ ଅନ୍ୟ ୩ ଜଣ ମଧ୍ୟ ଗୁରୁତର ହୋଇଥିଲେ।

ଗୁରୁତର ମାଆଙ୍କୁ ଏମ୍ସରେ ଚିକିତ୍ସା କରାଯାଉଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ଫୁଲବାଣୀ ବୋଲି ଜଣାପଡିଥିବା ବେଳେ ସେମାନେ ଭୁବନେଶ୍ବରରେ ରହୁଥିଲେ।

ସୂଚନା ଥାଉକି ୩୩ଏସ୍‌ ମୋ’ ବସ୍‌ ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା। ସେହି ସମୟରେ ଏନଏଚ୍ ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ତମାଣ୍ଡୋ ଥାନା ଡିଏନରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍। ଏଥିରେ ଘଟଣାସ୍ଥଳରେ ହିଁ ଜଣେ ଝିଅର ପ୍ରାଣ ଚାଲି ଯାଇଥିଲା। ମାଆ ଗୁରୁତର ହୋଇପଡିଥିଲେ।