ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନୁଷ୍ଠିତ

ରାଜ୍ୟ

ବାରିପଦା – ସମଗ୍ର ଶିକ୍ଷା, ମୟୁରଭଞ୍ଜ ଆନୁକୂଲ୍ୟରେ ବାରିପଦା ବ୍ଲକର ସେଣ୍ଟ ମେରି ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ, ଏମ ପି କେ ବାଳିକା ଉଚ୍ଚ ବିଦ୍ୟାଳୟ, ଭଂଜପୁର ଉଚ୍ଚ ବିଦ୍ୟାଳୟ ଓ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ୫ ଟି ଶିବିରରେ ସୁରେନ୍ଦ୍ରସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ରେଖାରାଣୀ ଦାସ ଓ ଶିକ୍ଷକ ଦିଲ୍ଲୀପ କୁମାର ଦାସଙ୍କ ସଂଯୋଜନାରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଅରୁଣ ସାହୁ, ଜୟନ୍ତୀ ସୁର ଓ ଜ୍ୟୋତ୍ସ୍ନା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ୮୭୪ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ I ସେଥିମଧ୍ୟରୁ ୨୭୫ ଜଣଙ୍କର ଚଷମା ଆବଶ୍ୟକ ହୋଇଥିବା ବେଳେ ୮୨ ଜଣକୁ ଉଚ୍ଚ ଚିକିତ୍ସା ପାଇଁ ପି ଆର ଏମ ଡାକ୍ତରଖାନାକୁ ପଠାଯାଇଥିଲା I ବି ଆର ସି ସି ତପସ୍ୱିନୀ ଦାଶ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ସ୍ନେହଲତା ବେହେରା ଶିବିର ପରିଦର୍ଶନ କରିଥିବା ବେଳେ ଆର ବି ଏସ କେ ର ଆୟୁଷ ଡଃ ଅଭିଜିତ ରାଉତ ଉଦୟ ମାର୍ଣ୍ଡି ତଥା ସମସ୍ତ ସି ଆର ସି ସି ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I

Shrutilipi ad