ଆଗରପଡ଼ା :ବନ୍ତ ବ୍ଲକ୍ ପଧାନପଡ଼ା ପଂଚାୟତ ସ୍ଥିତ ବନବିହାରୀ ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ ରବିବାର ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ,ଡ଼ ସୁଧାଂଶୁ ନାୟକ,ପ୍ରାକ୍ତନ ଅଧ୍ୟକ୍ଷ ରବିନ୍ଦ୍ର ନାରାୟଣ ସାହୁ, ସୁଧାଂଶୁ ମହାନ୍ତି, ଶିକ୍ଷାକମିଟି ସଭାପତି ବିନୋଦ କୁମାର ବାରିକ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉଚିତଶିକ୍ଷା ଲାଭ କରି ସୁନାଗରିକ ହେବାକୁ ଉଦ୍ବୋଧନ ଦେଇଥିଲେ ।ଏହି ଅବସରରେ ଶିକ୍ଷକ ବୃନ୍ଦାବନ ସ୍ୱାଇଁ, ପ୍ରଫୁଲ କର, ସନାତନ ଦାସ,ରାଧାରାଣୀରୀ ସେଠୀ,ଜଗନ ସାମଲ ଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷକ ଆଜାରୁଦ୍ଦିନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଦୀପ୍ତୀରେଖା ସାହୁ ବାର୍ଷିକ ବିବରଣୀ ପାଠ ସହ ରମେଶ କର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।
