ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ଉନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦେବେନ୍ଦ୍ର ପଲେଇଙ୍କ ସଭାପରିଚାଳନାରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡ଼. ନାରାୟଣ ସେନାପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନାରାୟଣ ବୋଇତେଇ,ସମ୍ମାନିତ ଅତିଥି ଭାବେ ସଂପାଦକ ଅଭିମନ୍ୟୁ ଗିରି,ସମ୍ପାଦିକା ପୁଷ୍ପଲତା ଗିରି, ଏବିଇଓ ହରେକୃଷ୍ଣ ଆପଟ, ନିରଂଜନ ଖିଲାର, ସିଆରସିସି ପ୍ରଦୀପ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ମାନସ ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଆୟୋଜିତ ବିଭିନ୍ନ କ୍ରିଡ଼ାରେ କୃତିତ୍ତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସୁମିତ୍ରା ପେଡ଼ୀ, ଅନିମା ବେହେରା, ସୁକାନ୍ତୀ ମାଝୀ, ସୁରଚିତା ପାଣିଗ୍ରାହୀ, ଗାୟତ୍ରୀ ପଲେଇ, ସଜନୀ ଲେଙ୍କା ପ୍ରିୟଙ୍କା ନାୟକ, ଜୟନ୍ତୀ ପ୍ରଧାନ, ଚିନ୍ମୟୀ ରାଉତ, ସୁଭଦ୍ରା ସ୍ୱାଇଁ, ଗୌତମୀ ପଣ୍ଡା, ଗୀତାରାଣୀ ବେହେରା, ଲିଜାରାଣୀ ନାୟକ ପ୍ରକାଶ ସାହୁ, ମନୋରଂଜନ ଖିଲାର ପ୍ରମୁଖ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
