କଟକ : କକଟକ ବେଲେଶ୍ବର ବୃଦ୍ଧ ଦମ୍ପତିଙ୍କୁ ମର୍ଡର ମାମଲାରେ ହେଲା କ୍ରାଇମ ସିନ ରିକ୍ରିଏସନ। ଦୁଇ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି ପୋଲିସ । ହତ୍ଯାକାଣ୍ଡରେ ପ୍ରକୃତ ରହସ୍ୟ କଣ, କେବଳ ଚାକର ସ୍ବାମୀ-ସ୍ତ୍ରୀ ନା ଆଉ କେହି ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି । କଟକ ଡିସିପି ଜଗମୋହନ ମିନା ନିଜେ ସିନ ରିକ୍ରିଏସନ ଲିଡ଼ କରିଥିଲେ । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଦମ୍ପତି ବାସନ୍ତୀ ଓ ସନ୍ତୋଷକୁ ପୋଲିସ ଗିରଫ କରିଛି । ହତ୍ୟା ପଛର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ , ଏହି ଘଟଣା ରେ ଆଉ କିଏ ମାଷ୍ଟର ମାଇଣ୍ଡ ରହିଛନ୍ତି, ଏହାକୁ ନେଇ ପୋଲିସ ତାର ତଦନ୍ତ ଜାରି ରଖିଛି । ୫ ବର୍ଷ ପରେ ଦୁଇ ଅଭିଯୁକ୍ତ ସନ୍ତୋଷ ଓ ବାସନ୍ତୀକୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ ୨୦୧୯ ଡିସେମ୍ବର ୧୨ ସଂଧ୍ୟାରେ କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ। ଘରେ ରହୁଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପୂର୍ବ ଓ ପରବର୍ତ୍ତୀ ସମୟରେ 40 ଘଣ୍ଟା ପର୍ଯ୍ୟନ୍ତ ବାସନ୍ତିର ମୋବାଇଲ ବନ୍ଦ ରହିଥିଲା । ମୋବାଇଲ ବନ୍ଦ ରହିବା ପରେ ପୋଲିସର ସନ୍ଦେହ ବାସନ୍ତୀ ଆଡକୁ ହୋଇଥିଲା । କିନ୍ତୁ ତଦନ୍ତରେ ଜଣା ପଡିଲା ସେ ଘଟଣା ଦିନ ସୁନ୍ଦରଗଡ଼ରେ ଥିଲା । ରହସ୍ୟ ହୋଇ ରହିଥିଲା ହତ୍ୟାକାଣ୍ଡ। ପୋଲିସ ପାଇଁ ଏ ମାମଲା ଚ୍ୟାଲେଞ୍ଜିିଂ ଥିଲା । ପରିବାର ଲୋକେ ବାରମ୍ବାର ହତ୍ୟାକାରୀଙ୍କୁ ଧରିବା ପାଇଁ ଦାବି କରି ଆସୁଥିଲେ । ଏହାପରେ ଯୋଜନାବଦ୍ଧ ଏବଂ ପୁରା ପ୍ଲାନିଂଗର ସହିତ ପୋଲିସ ଅଭିଯୁକ୍ତ ସନ୍ତୋଷକୁ ଧରିବା ପାଇଁ ସକ୍ଷମ ହୋଇଥିଲା । ପରେ ସନ୍ତୋଷ ପତ୍ନୀ ବାସନ୍ତୀକୁ ଗିରଫ କରିଥିଲା କମିଶନରେଟ ପୋଲିସ ।