ବନ୍ତ/ଆଗରପଡ଼ା: ଭଦ୍ରକ ଜିଲ୍ଲା କାଉପୁର ପଂଚାୟତ ଅନ୍ତର୍ଗତ ମିଟୁଆଣି ଗ୍ରାମରେ କାର୍ତିକ ବାରିକଙ୍କ ସ୍ୱଗୃହରେ ସାରଥି ଦେବଙ୍କ ଏକ ସତ୍ସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ଆଖପାଖ ଗ୍ରାମ ତଥା ଭଦ୍ରକ,ବନ୍ତ, ଆଗରପଡା,ଗଣିଜାଙ୍ଗ,କାଦବରାଙ୍ଗ ଏବଂ କେନ୍ଦୁଆପଦା ସମେତ ବିଭିନ୍ନ ସ୍ଥାନରୁ ସହ ସହ ସାରଥି ଦେବଙ୍କ ଶ୍ରଦ୍ଧାଳୁ ଏହି ସତସଙ୍ଗ ରେ ଯୋଗ ଦେଇ ଥିଲେ । ପ୍ରଥମେ ସାରଥି ଦେବଙ୍କ ଦିବ୍ୟ ଜ୍ୟୋତି ପ୍ରଜ୍ଜଳିତ କରି ତା ପରେ ଧ୍ୟାନ୍ ଧୁନ୍ ଓ ପରେ ସତସଙ୍ଗ ତା ପରେ ସାରଥି ଦେବଙ୍କୁ ଦିବ୍ୟ ଆଳତି କରି ସମସ୍ତେ ପ୍ରସାଦ ସେବନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
