- ଦାବି ପୂରଣ ନହେଲେ ସଂଘରୁ ଓହରିବା ଚେତାବନୀ
ଆଗରପଡ଼ା :ବନ୍ତ ବ୍ଳକ ଗୋପିନାଥପୁର ପଂଚାୟତରେ ଥିବା ଗୋପିନାଥପୁର ମହିଳା ମହାସଂଘର ସଭ୍ୟାମାନେ ସରକାର ସେମାନଙ୍କୁ ମାସିକ ବେତନ ପ୍ରଦାନ ନକଲେ ସେମାନେ ସଂଘରୁ ଓହରିବା ଚେତାବନୀ ଦେଇଥିବା ଜଣାପଡ଼ିଛି । ସଭ୍ୟାଙ୍କ କହିବା ଅନୁଯାୟୀ ପୂର୍ବ ସରକାର ମହିଳା ମହାସଂଘ ସଭ୍ୟାଙ୍କୁ ମାସିକ ୧୦୦୦ଟଙ୍କା ବେତନ ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ କିନ୍ତୁ ସେମାନେ ଏହା ପାଇବାରୁ ବଂଚିତ ହୋଇଥିବା ବେଳେ ବର୍ତ୍ତମାନର ସରକାର ମଧ୍ୟ ଉକ୍ତ ଘୋଷଣାକୁ ଆଜି ସୁଦ୍ଧା ପାଳନ କରୁନାହାନ୍ତି । ଅପରପକ୍ଷରେ ଉକ୍ତ ମହିଳା ମହାସଂଘର ପାଖାପାଖି ୧୫୦ଟି ଗ୍ରୁପ । ୧୦ଟି ଗ୍ରୁପକୁ ନେଇ ଗୋଟିଏ ମଂଚ । ଏହିପରି ଉକ୍ତ ମହାସଂଘର ୧୭ଟି ମଂଚ କାର୍ଯ୍ୟ କରୁଥିବା ବେଳେ ପ୍ରତି ମଂଚରେ ୨ଜଣ ଇସି କାର୍ଯ୍ୟ କରୁଛନ୍ତି । କିନ୍ତୁ ସଦସ୍ୟାମାନେ ଅଭିଯୋଗ କରୁଛନ୍ତି ଯେ ବନ୍ତ ବ୍ଳକର ୨୫ଟି ପଂଚାୟତ ମଧ୍ୟରୁ ଗୋପିନାଥପୁର ଓ ଅନ୍ୟକିଛି ପଂଚାୟତରେ ପ୍ରତି ମଂଚରେ କାର୍ଯ୍ୟକରୁଥିବା ଇସି ମାନଙ୍କୁ ଯେଉଁମାନେ ୨ବର୍ଷରୁ ଉର୍ଦ୍ଦ ସମୟ କାର୍ଯ୍ୟକରିଛନ୍ତି ସେମାନଙ୍କ ସ୍ଥାନରେ ନୂତନ ଇସିଙ୍କୁ ନିଯୁକ୍ତି ଦିଆଯାଇଛି । ୪ବର୍ଷ ରୁ ଉର୍ଦ୍ଦ ସମୟ ଧରି କାର୍ଯ୍ୟ କରିଥିବା ଇସିଙ୍କୁ ବର୍ଷକ ଦରମାଦେଇ ପଦରୁ ବିଚ୍ୟୁତ କରାଯାଇଥିବା ବେଳେ ନୂତନ ଇସିମାନେ ସେମାନଙ୍କ କାର୍ଯ୍ୟର ସମୟସୀମାକୁ ୫ବର୍ଷକୁ ବର୍ଦ୍ଦିତ କରିବା ସହ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରୁଥିବା ବେଳେ ସଭ୍ୟାମାନେ ବିନା ସ୍ୱାର୍ଥରେ କ’ଣ ପାଇଁ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିବା ସହିତ ପୂର୍ବ ସରକାର ଘୋଷଶା କରିଥିବା ବେତନକୁ ବର୍ତ୍ତମାନର ସରକାର କାର୍ଯ୍ୟକାରୀ ନକଲେ ସେମାନେ ସମସ୍ତେ ସଂଘରୁ ଓହରିବେ ବୋଲି ଚେତାବନୀ ଦେଇଥ୍ôବା ଜଣାପଡ଼ିଛି ।