ଭୁବନେଶ୍ଵର: ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ସପୋର୍ଟ ଷ୍ଟାଫଙ୍କୁ ବକେୟା ପାଉଣା ଦେବେ ମୋହନ ସରକାର । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ମାସର ବକେୟା ରାଶି । ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ହେବେ ଉପକୃତ । ଗତବର୍ଷ ଏପ୍ରିଲରୁ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ରଙ୍କ ଦରମା ବାକି ରହିଥିବା ବେଳେ ଦରମା ଦେବେ ମୋହନ ସରକାର । ଏନେଇ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଥିବା ବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ଏମାନେ ସେବା ଯୋଗାଉଛନ୍ତି । କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଏମାନଙ୍କୁ ଦରମା ମିଳୁନଥିଲା । ଯେଉଁଥିପାଇଁ ଭୁବନେଶ୍ବରର ଲୋୟର ପିଏମ୍ଜି ଛକରେ ଧାରଣ ଦେଇଥିଲେ କର୍ମୀ । ଶେଷରେ ଦୀର୍ଘ ଦିନ ପରେ ସପୋର୍ଟ ଷ୍ଟାଫଙ୍କ ଦାବୀ ଶୁଣିଛନ୍ତି ସରକାର । ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ରଙ୍କ ମୁହଁରେ ହସ ଫୁଟିବାକୁ ଯାଉଛନ୍ତି ସରକାର । ସପୋର୍ଟ ଷ୍ଟାଫଙ୍କୁ ବକେୟା ପାଉଣା ଦେବେ ରାଜ୍ୟ ସରକାର । ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ୧୦ମାସର ବକେୟା ରାଶି ଦେବେ ରାଜ୍ୟ ସରକାର ।