କଟକରେ ଡବଲ ମର୍ଡର ମାମଲା: ଅଭିଯୁକ୍ତ ୫ ବର୍ଷ ପରେ ଗିରଫ

ରାଜ୍ୟ

କଟକ: କଟକର ବେଲେଶ୍ବରରେ ୨୦୧୯ ଡିସେମ୍ବରରେ ହୋଇଥିବା ଡବଲ ମର୍ଡର ମାମଲାରେ କମିସନରେଟ୍ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ସିହ୍ନା। ଭୁବନେଶ୍ବର-କଟକ ପୁଲିସ କମିସନରେ ସୁରେଶ ଦେବଦତ୍ତ ସିଂ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଡିସିପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନରେ ଶ୍ରୀ ସିଂ କହିଛନ୍ତି ୨୦୧୯ରେ ବଲେଶ୍ବରରେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତାଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ସନ୍ତୋଷ ସିହ୍ନା। ଶ୍ରୀନାଥଙ୍କ ଘରେ ପଶି ଅଭିଯୁକ୍ତ ଦଂପତିଙ୍କୁ ଅତି ବୀଭତ୍ସା ଭାବେ ହତ୍ୟା କରିଥିଲା। ଏହା ପୂର୍ବରୁ ଅଭିଯୁକ୍ତ ବିସ୍ତୃତ ଯୋଜନା କରିଥିଲା।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟାରେ ମଧୁପାଟଣା ବେଲେଶ୍ବର ଅଞ୍ଚଳରେ ଶ୍ରୀନାଥ ସାମଲ ଓ ବିଦ୍ୟୁଲତା ସାମଲଙ୍କୁ ଦୁର୍ବୃତ୍ତମାନେ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ୩ରୁ ୪ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଥିଲା। ଶ୍ରୀନାଥଙ୍କ ସୁଧ କାରବାର ଏବ˚ ପାରିବାରିକ ଶତ୍ରୁତାକୁ ନେଇ ବିଭିନ୍ନ ଚର୍ଚ୍ଚା ସାମନାକୁ ଆସୁଥିବା ବେଳେ ବ୍ରହ୍ମପୁରର ଏକ ଭଡ଼ାଟିଆ ଦମ୍ପତିଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ପ୍ରାୟ ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ବି କରିଥିଲା। ତିନିଘରିଆ ଅଞ୍ଚଳର ଜଣେ ଠିକାଦାରଙ୍କୁ ଥାନାକୁ ଡାକି ପୁଲିସ ଜେରା କରିଥିବା ବେଳେ କାମବାଲି ବି ପୁଲିସର ଜେରାର ସାମନା କରି ଥିଲା।

Shrutilipi ad