Re

ମୋବାଇଲରେ ରିଲ୍ସ କରିବା ହେଲା କାଳ, ନଦୀରେ ଖସି ପଡିଲେ ଯୁବତୀ

State

ଢେଙ୍କାନାଳ : ମୋବାଇଲରେ ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟ ଅମ୍ବିକା ନାୟକ । ସେ ମାଉସୀଙ୍କ ସହ ମିଶି ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିଲେ ।

ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଝିଅ ଅମ୍ବିକା ମୋବାଇଲରେ ରିଲ୍ସ କରୁଥିଲେ । ଏହି ସମୟରେ ଅସାବଧାନତା ବଶତଃ ଗୋଡ ଖସିଯାଇ ନଦୀ ଭିତରକୁ ପଡି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ବାସିନ୍ଦା ଅଧଘଣ୍ଟା ଧରି ପରିଶ୍ରମ ପରେ ଅମ୍ବିକାକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।