କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଖଣ୍ଡାରେ ହାଣି ବିଭତ୍ସ ହତ୍ୟା କରାଯଇଛି । କଟକ ପୋତାପୋଖୋରି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣି ଟାଙ୍କି ନିକଟରେ ଥିବା ବସ୍ତି ଭିତରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘର ଭିତରୁ ମହିଳାଙ୍କୁ ଉଦ୍ଧାର କରାଯାଇ SCB ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ, ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ IIC ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ସିଆରଆରଆଇ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
