ବାରିପଦା : ବାରିପଦା କଳାକାର ପରିବାରର ସଦସ୍ୟ ବୃନ୍ଦ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ଉପସ୍ଥିତ ରହି ଓଡ଼ିଆ ଚଳଚିତ୍ର ଜଗତର ବାଦଶାହ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରାଯାଇଥିଲା I ପରେ ପରେ ଭଞ୍ଜ ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସ୍ବର୍ଗତ ସଂଗ୍ରାମ ମହାନ୍ତିଙ୍କ ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପୂର୍ବକ ତାଙ୍କର ସ୍ମୃତିଚରଣ କରିଥିଲେ I ଏହି ସଭାରେ ତାଙ୍କର ଝିଅ ବର୍ଣ୍ଣରୂପା ମହାନ୍ତି ଓ ଜ୍ୱାଇଁ ଲଡ଼ୁକେଶ୍ୱର ରଣାଙ୍କ ସମେତ କଳାକାର ପରିବାରର ସଭାପତି ଧୀର ବସା ତଥା ସଦସ୍ୟ ଅନ୍ନଦା ଶଙ୍କର ଦାଶ, ପ୍ରସନ୍ନ କୁମାର ମହାନ୍ତି, ଜ୍ଞାନ ରଞ୍ଜନ ପଣ୍ଡା, ଉମେଶ ସାହୁ, ଅଶୋକ କୁମାର ପଟ୍ଟନାୟକ, ପ୍ରୟାସ ଶତପଥୀ, ଫାଲ୍ଗୁନୀ ମହାନ୍ତି, ସତ୍ୟ ନାରାୟଣ ଦାସ, କୁନ୍ଦନଲାଲ ଭଞ୍ଜଦେଓ, ରଣଜିତ ସାହୁ, ସୋମନାଥ ସିଂହ, ଶାନ୍ତନୁ ସିଂହ, ଲିଟନ ପଟ୍ଟନାୟକ ତଥା ତପସ୍ୱିନୀ ଦାଶ ଓ ଡଃ ସ୍ନେହଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

