ବାରିପଦା : ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଓମ୍ବାଡସି ଆନୁକୂଲ୍ୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସମ୍ୱନ୍ୱିତ ବିକାଶ କାର୍ଯ୍ୟ ଯୋଜନା (ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ) ସମ୍ଭନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ପ୍ରଭାତ କୁମାର ବେହେରା, ଏପିଡି ଶ୍ରୀ ଶାନ୍ତନୁ କୁମାର ନାୟକ, ଭୁବନେଶ୍ୱର ଓମ୍ବାଡସିର ଦକ୍ଷତା ବିଶେଷଜ୍ଞ ଆଦିତ୍ୟ ମୋହନ ପ୍ରଧାନ,ଜୀବିକା ବିଶେଷଜ୍ଞ ଶ୍ରୀ ଜଗନ୍ନାଥ ମିଶ୍ର ଓ ମୟୁରଭଞ୍ଜ ଓମ୍ବାଡସି ସେଲ ର ଟିମ ଲିଡର ନିହାର କାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ ଏବଂ ଜିଲ୍ଲାପାଳ ଉକ୍ତ କର୍ମଶାଳାର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ବ୍ୟତୀତ ଗୋଟିଏ ଅଂଚଳର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଯେଉଁ ଯୋଜନା ଗୁଡିକ ସରକାରୀ ଅନୁଦାନରେ କାର୍ଯ୍ୟକାରୀ ହୋଇପାରୁନାହିଁ ସେ କ୍ଷେତ୍ରରେ ଓମ୍ବାଡସି ଦ୍ୱାରା ମଂଜୁର ଅର୍ଥରୁ ଏହି ଯୋଜନାଗୁଡିକୁ ମାର୍ଗଦର୍ଶିକା ଅନୁଯାୟୀ କରାଯାଇ ଥାଏ। ମାତ୍ର ଏହି କାର୍ଯ୍ୟଦ୍ୱାରା ଦୀର୍ଘସ୍ଥାୟୀ ଭାବେ ଲୋକଙ୍କ ଜୀବିକାର ଉପରେ କେତେ ମାତ୍ରାରେ ପ୍ରଭାବ ରହିବ ଏବଂ ସେମାନଙ୍କର ଆର୍ଥିକ ଉନ୍ନତି ହେବ ସେ ବିଷୟ କୁ ପ୍ରାଥମିକତା ଦେଇ ଯୋଜନା ପ୍ରସ୍ତୁତ କରିବା ଉଚିତ। ଗୋଟିଏ ସମାନ କାଯ୍ୟ ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ରେ କାର୍ଯ୍ୟକାରୀ ହେଉଛି। ତେଣୁ ବିଭିନ୍ନ ବିଭାଗର ସମନ୍ୱୟରେ ସମ୍ୱନ୍ୱିତ କାର୍ଯ୍ୟ ଯୋଜନା(ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ )ପ୍ରସ୍ତୁତ କରି ବ୍ୟବସ୍ଥିତ ଭାବେ ଅର୍ଥ ବିନିଯୋଗ କଲେ ଯୋଜନା ଗୁଡିକ ଉତ୍ତମ ଭାବେ କାର୍ଯ୍ୟକାରି ହୋଇପାରିବ।
ଏହାପରେ ଭୁବନେଶ୍ୱର ଓମ୍ବାଡସି ଶାଖାର ଦକ୍ଷତା ବିଶେଷଜ୍ଞ ଆଦିତ୍ୟ ମୋହନ ପ୍ରଧାନ power project presentation ଜରିଆରେ ସମ୍ୱନ୍ୱିତ ବିକାଶ କାର୍ଯ୍ୟ ଯୋଜନା ସମ୍ବନ୍ଧରେ ରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଆଲୋଚନା ପ୍ରସଙ୍ଗରେ ସେ କହିଥିଲେ କି ଏହି ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ ପ୍ରସ୍ତୁତ କରିବା ପୂର୍ବରୁ ପ୍ରତ୍ୟେକ ବିଭାଗ ନିଜ ନିଜ ଅଧୀନରେ କାର୍ଯ୍ୟକାରି ହେଉଥିବା ମୁଖ୍ୟତଃ ପାନୀୟ ଜଳ, ସ୍ୱାସ୍ଥ୍ୟ,ଶିକ୍ଷା ଜୀବିକା, ଗ୍ରାମ୍ୟ ଯୋଗାଯୋଗ, ପରିବେଶ ସୁରକ୍ଷା,ଜଳ ସଂରକ୍ଷଣ ସମ୍ପର୍କିତ କେଉଁ ଗ୍ରାମରେ କେଉଁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି, କେଉଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ କେଉଁ ପ୍ରକଳ୍ପ କାର୍ଯ୍ୟ ହେବାକୁ ଅଛି ତାହାର ଏକ ଡାଟା ବେସ ପ୍ରସ୍ତୁତ କରିବେ। ତଦନୁସାରେ ବିଭିନ୍ନ ବିଭାଗ ର ଡାଟା ବେସ ଆଧାର ରେ ମାର୍ଗଦର୍ଶିକା ଅନୁସାରେ ବ୍ୟବସ୍ଥିତ ଢଙ୍ଗରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଗଠିତ କମିଟି ଜରିଆରେ ଅନୁମୋଦନ ନିମନ୍ତେ ପଠାଯିବ ଏବଂ ଅନୁମୋଦିତ ପରେ ଏକ୍ସନ ପ୍ଲାନ ଅନୁସାରେ ଯୋଜନା କାର୍ଯ୍ୟକାରୀ ହେବ।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।