Lzztvgq7adxv46oa8lgs

ପୁଲିସର ଅପରେସନ ‘କାଗାର’କୁ ବିରୋଧ କରି ରାୟଗଡ଼ା ଜିଲ୍ଲାରେ ନକ୍ସଲ ପୋଷ୍ଟର

State

ରାୟଗଡ଼ା: ‘ଅପରେସନ କାଗାର’କୁ ବିରୋଧ କରି ଓଡ଼ିଶା ଓ ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବାକୁ ସିପିଆଇ ମାଓବାଦୀଙ୍କ ତରଫରୁ ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ସକଟା ଗ୍ରାମ ଛକ ଓ କଲ୍ୟାଣସିଂପୁର ବ୍ଲକ ନାରୀଙ୍ଗତୋଳା ଗ୍ରାମରେ ପୋଷ୍ଟର ଓ ବ୍ୟାନର ଆଜି ଲଗାଯାଇଛି। “ଅପରେସନ କାଗାର” ନାମରେ ଦଣ୍ଡକାରଣ୍ୟ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର କ୍ରାନ୍ତିକାରୀ ଆନ୍ଦୋଳନ ଉପରେ କରାଯାଉଥିବା ଆକ୍ରମଣକୁ ଏଥିରେ ବିରୋଧ କରାଯାଇଛି। ପୁଲିସ ଦ୍ୱାରା ନିରୀହ ଆଦିବାସୀଙ୍କୁ ନକ୍ସଲ ନାମରେ ହତ୍ୟା କରାଯାଉଥିବାରୁ ଆନ୍ଦୋଳନକୁ ତୀବ୍ର କରିବାକୁ ଏହି ପୋଷ୍ଟର ଓ ବ୍ୟାନର ଦ୍ୱାରା ଆହ୍ୱାନ ଦେଇଛି ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି। ତେବେ ପୁଲିସ ଉକ୍ତ ପୋଷ୍ଟର ବ୍ୟାନରଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।
“ଅପରେସନ କାଗାର” ନାମରେ ଦଣ୍ଡକାରଣ୍ୟ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର କ୍ରାନ୍ତିକାରୀ ଆନ୍ଦୋଳନ ଉପରେ କରାଯାଉଥିବା ଆକ୍ରମଣକୁ ଏଥିରେ ବିରୋଧ କରାଯାଇଛି। ପୁଲିସ ଦ୍ୱାରା ନିରୀହ ଆଦିବାସୀଙ୍କୁ ନକ୍ସଲ ନାମରେ ହତ୍ୟା କରାଯାଉଥିବାରୁ ଆନ୍ଦୋଳନକୁ ତୀବ୍ର କରିବାକୁ ଏହି ପୋଷ୍ଟର ଓ ବ୍ୟାନର ଦ୍ୱାରା ଆହ୍ୱାନ ଦେଇଛି ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି। ତେବେ ପୁଲିସ ଉକ୍ତ ପୋଷ୍ଟର ବ୍ୟାନରଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।
ଅପରେସନ କାଗାର ଓ କୁଲାହାଡ଼ ୩୩୫ ଜଣଙ୍କୁ ନରସିଂହାରକୁ ବିରୋଧ କରି ଓଡ଼ିଶା ବିହାର ଓ ପୂର୍ବ ଛତିଶଗଡ଼ ଝାରଖଣ୍ଡ ଆଜି ୨୪ ଘଣ୍ଟା ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀI ସଂଘ-ଭାଜପାର ନରେନ୍ଦ୍ର ମୋଦୀ, ବିଷ୍ଣୁଦେବ ସାଏ, ମୋହନ ଚରଣ ମାଝି ଆଦି ସରକାରଙ୍କ ଦ୍ବାରା ଚଳାଯାଉଥିବା ଅପରେସନ କଗାର ” ଓ କୁଲ୍ଗାଡି ଘାଟି ନରସଂହାର ବିରୋଧରେ ୨୦୨୫ ଫ୍ରେବ୍ରୁଆରି ୧୩ରେ ଓଡ଼ିଶା ବନ୍ଦକୁ ସଫଳ କରନ୍ତୁ।
ବିକଶିତ ଭାରତ ନାମରେ ୨୦୪୭ ସୁଦ୍ଧା ଭାରତକୁ “ହିନ୍ଦୁରାଷ୍ଟ୍ର ” ବନାଇବା ଲକ୍ଷ୍ୟରେ ଭାଜପା ସାମ୍ରାଜ୍ୟବାଦୀଙ୍କ ଦ୍ବାରା ପ୍ରାୟୋଜିତ ଜଗତିକରଣ ନୀତିକୁ ଆକ୍ରମଣାତ୍ମକ ରୂପରେ ଲାଗୁ କରୁଛି। ଦେଶର ସମସ୍ତ ପ୍ରାକୃତିକ ସଂପତ୍ତି- ଜଙ୍ଗଲ, ଜମି, ଜଜ ଏବଂ ସର୍ବସାଧାରଣ ପ୍ରତିଷ୍ଠାନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଶିଳ୍ପକୁ ଅଳ୍ପ ମୂଲ୍ୟରେ ପୋସ୍କୋ, ବେଦାନ୍ତ, ଆଦାନୀ, ଅମ୍ବାନୀ, ଜିନ୍ଦଲ ଭଳି କର୍ପୋରେଟ କଂପାନିକୁ ବିକି ଚାଲିଛି । ବିକଶିତ ଭାରତ, ନୂଆ ଭାରତ ନାମରେ ବିଗତ ୧୧ ବର୍ଷ ଧରି ଚଳାଇ ଆସିଥିବା ସଂଘ-ଭାଜପା ମୋଦୀର ଫାସିବାଦୀ, ଏକଛତ୍ରବାଦୀ ଶାସନ କର୍ପୋରେଟଙ୍କ ଲୁଟ ପାଇଁ ଏକ ଖୋଲା କ୍ଷେତ୍ର ଛଡ଼ା ଆଉ କିଛି ନୁହେଁ । ଏହି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି I ଗଣମାଧ୍ୟମକୁ ପ୍ରେସ ବିବୃତିରେ ଓଡ଼ିଶା ରାଜ୍ୟ କମିଟି ସି ପି ଆଇ ମାଓବାଦୀ କମିଟିର ଚକରା କହିଛନ୍ତି I